ETV Bharat / state

ଯାଜପୁର ବ୍ୟାସନଗରରେ ଯୁବଛାତ୍ର ସମ୍ବର୍ଦ୍ଧନା ସଭା - jajpur

ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦର ଯୁବଛାତ୍ର ସମ୍ବର୍ଦ୍ଧନା ସଭା ଆୟୋଜିତ । ଅଧିକ ପଢନ୍ତୁ...

Young students congratulated meeting held at Byasanagar in Jajpur
ଯାଜପୁର ବ୍ୟାସନଗରରେ ଯୁବଛାତ୍ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
author img

By

Published : Dec 24, 2020, 6:06 PM IST

ଯାଜପୁର: ଜିଲ୍ଲାର ବ୍ୟାସନଗର ପୌରପରିଷଦର କ୍ରିଷ୍ଣାଗ୍ରାଡେନରେ ଯୁବଛାତ୍ର ଜନତା ଦଳ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ଛାତ୍ରଛାତ୍ରୀ ଦେଶ ଓ ରାଜ୍ୟ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି କହିଛନ୍ତି ବିଧାୟକ ଅଶୋକ କୁମାର ବଳ ।

ଯାଜପୁର ବ୍ୟାସନଗରରେ ଯୁବଛାତ୍ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଜିଲ୍ଲା ପୌରପରିଷଦ ଯୁବଛାତ୍ର ଜନତା ଦଳ ସମ୍ବର୍ଦ୍ଧନା ସଭା ବ୍ୟାସନଗରସ୍ଥିତ କ୍ରିଷ୍ଣାଗ୍ରାଡେନରେ ଆୟୋଜିତ ହୋଇଛି । ବର୍ତ୍ତମାନର ଯୁବଗୋଷ୍ଠୀ ଆଗାମୀ ଦିନର ଭବିଷ୍ୟତ । ଗୋଟିଏ ଉନ୍ନତ ଦେଶର ଗଠନରେ ନାଗରିକମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଦେଶ ଓ ରାଜ୍ୟ ଗଠନରେ ଛାତ୍ରଛାତ୍ରୀ ଗୁୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ବୋଲି ସଭାରେ ଯୋଗ ଦେଇ କହିଛନ୍ତି କୋରାଇ ବିଧାୟକ ଅଶୋକ କୁମାର ବଳ । ସେ ଆହୁରି କହିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଛାତ୍ରଛାତ୍ରୀଙ୍କ ବିକାଶ ସମ୍ପର୍କରେ ଅଧିକ ଗୁରୁତ୍ୱ ଦେଇଥାନ୍ତି ।

ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ କୋରେଇ ବିଧାୟକ ଅଶୋକ କୁମାର ବଳ ଯୋଗଦେଇଥିବାବେଳେ ବ୍ୟାସନଗର ପୌରପରିଷଦର ୨୬ ୱାର୍ଡରୁ ନୂତନ ଭାବେ ଚୟନ ହୋଇଥିବା ସଭାପତି ଓ ସମ୍ପାଦକଙ୍କୁ ବିଧାୟକ ବଳ, ବ୍ୟାସନଗର ପୌରପରିଷଦ ପୂର୍ବତନ ଚେୟାରମ୍ୟାନ ସବିତା ରାଉତ ଓ ସରୋଜିନୀ ବଳ ସମ୍ବର୍ଦ୍ଧିତ କରିଥିଲେ। ତେବେ ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଯୁବଛାତ୍ର ନେତା ପ୍ରିୟବ୍ରତ ରାଉତ, ସିର୍ଦ୍ଧାର୍ଥ ସାମଲ, ଦେବେନ୍ଦ୍ର ରାଉତଙ୍କ ସମେତ ବହୁ ଛାତ୍ରନେତା ସହଯୋଗ କରିଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.