ଯାଜପୁର: କଳିଙ୍ଗନଗର ନୀଳାଚଳ ଇସ୍ପାତ ନିଗମର କର୍ମଚାରୀଙ୍କ ତିନି ମାସର ବକେୟା ଦରମା ପ୍ରଦାନ ଦାବୀରେ ଶ୍ରମିକଙ୍କ ଧାରଣା । ନୀଳାଚଳ ମିଳିତ ମଞ୍ଚ ନେତୃତ୍ୱରେ ଶତାଧିକ ଶ୍ରମିକ କର୍ମଚାରୀ ଶୃଙ୍ଖଳା ସହ ସାମାଜିକ ଦୂରତା ରକ୍ଷା କରି ନୀଳାଚଳ କର୍ତ୍ତୃପକ୍ଷ ,ପ୍ରମୋଟର ଏମ ଏମ ଟି ସି ,ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଦରମା ପାଇଁ ଅନୁରୋଧ କରିଥିଲେ ।
ନୀଳାଚଳରେ ରାଜ୍ୟ ଓ ରାଜ୍ୟ ବାହାରୁ କରୁଥିବା ସମସ୍ତ କର୍ମଚାରୀ ଦରମା ନପାଇ ଭୋକ ଉପାସରେ ଦିନ କାଟୁଛନ୍ତି ବୋଲି ମିଳିତ ମଞ୍ଚର ନେତାମାନ ସରକାରଙ୍କୁ ନିବେଦନ କରିଛନ୍ତି । ଏପଟେ ନୀଳାଚଳ କର୍ତ୍ତୃପକ୍ଷଙ୍କ ତରଫରୁ ମାନବସମ୍ବଳ ବିଭାଗର ଏ କେ ପୃଷ୍ଟି ଆଲୋଚନା କରିବା ସହ ଉଚ୍ଚ କର୍ତ୍ତୃପକ୍ଷ ଓ ସରକାରଙ୍କୁ ଅବଗତ କରି ଦିନେ ବା ଦୁଇ ଦିନ ମଧ୍ୟରେ ତୁରନ୍ତ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ