ଯାଜପୁର: କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଭିସାଷ୍ଟିଲ କାରଖାନାରେ ଦେଖା ଦେଇଛି ଶ୍ରମିକ ଅଶାନ୍ତି (Workers strike at visastil factory in Kalinga nagar industrial area)। ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି କମ୍ପାନୀ ନାମରେ ବିଭିନ୍ନ ସମୟରେ ଆକ୍ରୋଶ ମୂଳକ ଭାବେ ଅଭିଯୋଗ କରିବା ଯୋଗୁଁ କାରଖାନା ବନ୍ଦ ହୋଇଯିବାର ସମ୍ଭାବନା ଦେଖାଦେଇଛି । ଯାହାକୁ ନେଇ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ।
ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଯଖପୁରା ନିକଟରେ ଥିବା ଭିସା ଷ୍ଟିଲ କାରଖାନାରେ ମାତ୍ରାଧିକ ପ୍ରଦୂଷଣ (Workers strike at visastil factory) । ଏଭଳି ଅଭିଯୋଗ କରି କାରଖାନାକୁ ଅଚଳ କରିଦେବାକୁ କରାଯାଉଛି ଷଡ଼ଯନ୍ତ୍ର । ନିର୍ଦ୍ଦିଷ୍ଟ ଜଣେ ବ୍ୟକ୍ତିଙ୍କ ଚକ୍ରାନ୍ତ ଯୋଗୁଁ କାରଖାନାରେ ଦେଖାଦେଇଛି ଅସ୍ଥିରତା । ଯାହାଦ୍ବାରା କାରଖାନା ବନ୍ଦ ହେବାକୁ ବସିଲାଣିି । ତେବେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶହଶହ ଶ୍ରମିକ ଏବଂ ସ୍ଥାନୀୟ ଲୋକ । କାରଖାନା ବନ୍ଦ ହେଲେ ଜୀବନ ଜୀବିକା ହରାଇବେ ବୋଲି ଯୁକ୍ତି ବାଢିଛନ୍ତି ଅଞ୍ଚଳବାସୀ ।
ଏନେଇ କାରଖାନାର ଶ୍ରମିକମାନେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିବା ସହ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାସହ ସ୍ଥାନୀୟ ଅଞ୍ଚଳର କିଛି ବରିଷ୍ଠ ନାଗରିକ ଓ ବ୍ୟକ୍ତି ବିଶେଷ ମଧ୍ୟ ଏନେଇ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୂଚନାନୁସାରେ ଜନୈକ ସମାଜସେବୀ ବାରମ୍ବାର ବିଭିନ୍ନ ମହଲରେ କାରଖାନା ବିରୋଧରେ ମିଥ୍ୟା ଅଭିଯୋଗ କରିଆସୁଛନ୍ତି ।
ଏହି କାରଖାନାରୁ ଯେଉଁ ପ୍ରଦୂଷଣ ନିର୍ଗତ ହେଉଛି ତାହା ଏଠିକାର ଲୋକଙ୍କ ଉପରେ ଖରାପ ପ୍ରଭାବ ପକାଉଛି । ଏହାଦ୍ବାରା ଅନେକ ଲୋକ ସ୍ବାସ୍ଥ୍ୟଗତ ସମମ୍ୟା ଭୋଗୁଛନ୍ତି ବୋଲି କହୁଛନ୍ତି । ତେବେ ସମ୍ପୃକ୍ତ ସମାଜସେବୀଙ୍କର ଏଭଳି ମିଥ୍ୟା ଅପପ୍ରଚାରକୁ ଦୃଢ଼ ନିନ୍ଦା କରିଛନ୍ତି କାର୍ଯ୍ୟରତ କର୍ମଚାରୀ ଏବଂ ସ୍ଥାନୀୟ ଲୋକେ । ଏହାଦ୍ବାରା ସମସ୍ତେ ଏକ ପ୍ରକାର ମାନସିକ ଚିନ୍ତାରେ ପଡୁଛନ୍ତି । କାରଣ କାରଖାନା ବନ୍ଦ ହେଲେ ତାଙ୍କ ପରିବାର କିପରି ଚଳିବ ।
ଭିସା ଷ୍ଟିଲ କାରଖାନାରେ ୩ହଜାରରୁ ଊର୍ଦ୍ଧ୍ବ ପ୍ରତ୍ୟେକ୍ଷ ଓ ପରୋକ୍ଷ କର୍ମଚାରୀ ନିୟୋଜିତ ଅଛନ୍ତି । ଏଠାରେ କାମ କରି ସେମାନଙ୍କ ଗୁଜୁରାଣ ମେଣ୍ଟିଥାଏ । ଏପରିକି ନିକଟରେ ଏଠାରେ କିଛି ୟୁନିଟ ବନ୍ଦ ହୋଇଯାଇଥିଲା । ଫଳରେ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏବେ ପୁଣିଥରେ ଯଦି ସେଭଳି ସମସ୍ୟା ଉପୁଜେ ତାହାଲେ ଅନେକ ଅସୁବିଧା ହେବ । ତେଣୁ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ଏହାସହ ସେହି ସମାଜସେବୀ ବ୍ୟକ୍ତି ଜଣକ ବିଭିନ୍ନ ସମୟରେ କାରଖାନା ନାମରେ ବିଭ୍ରାନ୍ତିକର ତଥ୍ୟ ଦେଇ କାରଖାନା ବନ୍ଦ କରିବାକୁ ରୀତିମତ ଷଡ଼ଯନ୍ତ୍ର ଚଳାଇଥିବା କୁହାଯାଇଛି । ତେଣୁ ତୁରନ୍ତ ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରି ବିହିତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛନ୍ତି ।
ଇଟିଭି ଭାରତ, ଯାଜପୁର