ETV Bharat / state

ନୀଳଚଳ କାରଖାନା ପୁନଃକାର୍ଯ୍ୟକ୍ଷମ କରିବାକୁ ଦାବି

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି କଳିଙ୍ଗନଗରର ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ କାରଖାନା। ଯାହାକୁ ପୁନଃର୍ବାର କାର୍ଯ୍ୟକ୍ଷମ କରିବା ଦିଗରେ ସରକାର ପଦକ୍ଷେପ ନେବାକୁ ଦାବି ହୋଇଛି।

ଫଟୋ ସୌଜନ୍ୟ :ସମ୍ବାଦଦାତା, ଯାଜପୁର
author img

By

Published : Nov 10, 2019, 9:51 PM IST

ଯାଜପୁର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି କଳିଙ୍ଗନଗରର ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ କାରଖାନା। ଏହାକୁ ଘରୋଇକରଣ ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ, ତଥାପି ଅବହେଳିତ ଅବସ୍ଥାରେ ରହିଛି କାରଖାନା। ଯାହାକୁ ପୁନଃର୍ବାର କାର୍ଯ୍ୟକ୍ଷମ କରିବା ଦିଗରେ ସରକାର ପଦକ୍ଷେପ ନେବାକୁ ଦାବି ହୋଇଛି।

ନୀଳାଚଳ କାରଖାନାରୁ ପୁଞ୍ଜି ପ୍ରତ୍ୟାହାର ଓ ଘରୋଇକରଣ ଚକ୍ରାନ୍ତକୁ ବିରୋଧ କରିଛନ୍ତି ଶ୍ରମିକ ସଙ୍ଗଠନ । ଏନେଇ ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ପକ୍ଷୁରୁ ଦାନଗଦୀ ଭବନ ଠାରେ ବିଶାଳ କର୍ମଚାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୀଳାଚଳ କାରଖାନାକୁ ଚାଲୁ ରଖିବା ସହ ମାସିକ ଦରମା, ଭତ୍ତା ପ୍ରଦାନ ଏବଂ ଘରୋଇକରଣ ଷଡଯନ୍ତ୍ରରୁ ମୁକ୍ତି ଦେବାକୁ ଦାବି ହୋଇଛି। ପ୍ରାୟ ୫ରୁ ଊର୍ଦ୍ଧ୍ବ କେନ୍ଦ୍ରୀୟ ଟ୍ରେଡ ୟୁନିୟନର ରାଜ୍ୟସ୍ତରୀୟ ନେତୃମଣ୍ଡଳୀ, ବିଭିନ୍ନ ଶ୍ରମିକ ସଙ୍ଗଠନ, ଜମିହରା ବାସଚ୍ୟୁତ, ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ଏଥିରେ ଯୋଗଦେଇ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଏହାକୁ ଘରୋଇକରଣ କରିବା ପ୍ରକ୍ରିୟାକୁ ବିରୋଧ କରିବା ସହ ଏଥିରେ ପୁନଃ ଅର୍ଥ ବିନିଯୋଗ କରି ଏହାକୁ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଯଦି ସରକାର ଦାବି ନ ଶୁଣନ୍ତି ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ସହ ବିଧାନସଭା ଘେରାଉ କରିବାକୁ ଚେତାବନୀ ଦିଆଯାଇଛି।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ଯାଜପୁର

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:SLUG - EMPLOYEES CONVENTION
FORMAT – AVB
REPORT – Gyanaranjan ojha
PLACE – JAJPUR
DATE – 10 . 11 . 19
ଆଙ୍କର – ରୁଗୁଣ ହୋଇପଡିଥିବା କଳିଙ୍ଗନଗରର ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ କାରଖାନାକୁ ଘରୋଇକରଣ କରିବା ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏହାକୁ ପୁନଃ ସଚଳ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବି ହୋଇଛି । ଘରୋଇକରଣକୁ ବିରୋଧ କରି ଏକ ୫ରୁ ଉର୍ଦ୍ଧ କେନ୍ଦ୍ରୀୟ ଟ୍ରେଡ ୟୁନିୟନର ରାଜ୍ୟ ସ୍ତରୀୟ ନେତୃମଣ୍ଡଳୀ, ବିଭିନ୍ନ ଶ୍ରମିକ ସଂଗଠନ, ଜମିହରା ବାସଚ୍ୟୁତ, ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ଏକତ୍ରିତ ହୋଇ ବୈଠକ କରି ଏହାକୁ ବିରୋଧ କରିଛନ୍ତି । ଏହି ବୈଠକରେ ଯୋଗଦେଇ ନେତା ମାନେ ତୁରନ୍ତ ରାଜ୍ୟ ସରକାର ନୀଳାଚଳ କାରଖାନାକୁ ଚାଲୁ ରଖିବା ସହ ମାସିକ ଦରମା ଭତା ପ୍ରଦାନ କରିବା ଏବଂ ଘରୋଇକରଣ ଷଡଯନ୍ତ୍ରରୁ ମୁକ୍ତ କରିବା ଦାବିରେ ନୀଳାଚଳ ବଚାଂଅ ମିଳିତ ସଂଘ ପକ୍ଷରୁ ବିଶାଳ କର୍ମଚାରୀ ବୈଠକ ଦାନଗଦୀ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ୫ ରୁ ଉର୍ଦ୍ଧ କେନ୍ଦ୍ରୀୟ ଟ୍ରେଡ ୟୁନିୟନର ରାଜ୍ୟ ସ୍ତରୀୟ ନେତୃମଣ୍ଡଳୀ ଏଥିରେ ଯୋଗଦେଇ ତୁରନ୍ତ ମୁଖ୍ୟମନ୍ତ୍ରୀ ଏହାକୁ ଘରୋଇକରଣ କରିବା ପ୍ରକ୍ରିୟାକୁ ବିରୋଧ କରିବା ସହ ଏଥିରେ ପୁନଃ ଅର୍ଥ ବିନିଯୋଗ କରି ଏହାକୁ ସଚଳ କରିବା ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ତେବେ ଯଦି ସରକାର ନ ଶୁଣନ୍ତି ତେବେ ଆଗମିଦିନରେ ରାଜରାସ୍ତାକୁ ଓଲ୍ହାଇବା ସହିତ ବିଧାନସଭା ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି।
ବାଇଟ୍ -ସୌରୀବନ୍ଧୁ କର, ସାଧାରଣ ସମ୍ପାଦକ
ବାଇଟ୍ – ରଞ୍ଜନ ନାୟକ, ସ୍ଥାୟୀ କର୍ମଚାରୀ ତଥା ଏଚ୍ଏମ୍ଏସ୍ ରାଜ୍ୟ ସ୍ତରୀୟ ଶ୍ରମିକ ନେତା

Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.