ETV Bharat / state

ନୁଭୋକୋ ସିମେଣ୍ଟ କାରଖାନାରେ ଶ୍ରମିକ ଆନ୍ଦୋଳନ

author img

By

Published : Jun 30, 2023, 12:21 PM IST

କଳିଙ୍ଗନଗର ସ୍ଥିତ ନୁଭୋକୋ ସିମେଣ୍ଟ କାରଖାନାରେ ଶ୍ରମିକ ଓ ସ୍ଥାନୀୟ ବାସିନ୍ଦାଙ୍କ ଆନ୍ଦୋଳନ । ଅଧିକ ପଢନ୍ତୁ

ନୁଭୋକୋ ସିମେଣ୍ଟ କାରଖାନାରେ ଶ୍ରମିକ ଆନ୍ଦୋଳନ
ନୁଭୋକୋ ସିମେଣ୍ଟ କାରଖାନାରେ ଶ୍ରମିକ ଆନ୍ଦୋଳନ
ନୁଭୋକୋ ସିମେଣ୍ଟ କାରଖାନାରେ ଶ୍ରମିକ ଆନ୍ଦୋଳନ

ଯାଜପୁର: ଜିଲ୍ଲାର କଳିଙ୍ଗନଗର ସ୍ଥିତ ନୁଭୋକୋ ସିମେଣ୍ଟ କାରଖାନାରେ ଶ୍ରମିକ ଅଶାନ୍ତି । ୯ ଦଫା ଦାବିରେ ଠିକା କର୍ମଚାରୀ, ଶ୍ରମିକ ଓ ସ୍ଥାନୀୟ ବାସିନ୍ଦାମାନେ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି । କଳିଙ୍ଗନଗର ମଜଦୂର ୟୁନିଅନ ନେତୃତ୍ବରେ ଗୁରୁବାର ଆୟୋଜିତ ଏହି ଆନ୍ଦୋଳନରେ ସ୍ଥାନୀୟ ଅଞ୍ଚଳର ଅନେକ ଶ୍ରମିକ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଶ୍ରମିକ ଓ ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି, ଦରମା ବୃଦ୍ଧି, କ୍ୟାଣ୍ଟିନ ବ୍ୟବସ୍ଥା, ବିଶ୍ରାମ ଗୃହ, ପାନୀୟ ଜଳ, ନାଇଟ୍ ଆଲାଉସେନ୍ସ ଏବଂ ସ୍ଥାନୀୟ ଅଞ୍ଚଳର ବିକାଶ ଆଦି ୯ ଦଫା ଦାବି ନେଇ ଏହି ଆନ୍ଦୋଳନ ଚାଲିଛି ।

୯ ଦଫା ଦାବି ପୂରଣ ପାଇଁ କାରଖାନା ଗେଟ ସମ୍ମୁଖରେ ବସି ରହିଛନ୍ତି ଶ୍ରମିକ ଓ ସ୍ଥାନୀୟ ବାସିନ୍ଦା । ଏନେଇ ପୂର୍ବରୁ ବାରମ୍ବାର କାରଖାନା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଏବେ ଶ୍ରମିକମାନେ ଧାରଣରେ ବସି ରହିଛନ୍ତି । ସେମାନେ ବିଭିନ୍ନ ମହଲରେ ଦାବି କଲେ ବି କେହି କର୍ଣ୍ଣପାତ ନକରିବାରୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି । ତେବେ ଯଥାଶୀଘ୍ର ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି । ସେପଟେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହିତ ତାଙ୍କ ଦାବି ପୂରଣ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି କାରଖାନା କର୍ତ୍ତୃପକ୍ଷ ମୋବାଇଲ ମାଧ୍ୟମରେ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ମିଲେଟର ପ୍ରଚାର ପ୍ରସାର ପାଇଁ ନଭେମ୍ବର ୧୦ରେ ଅନ୍ତର୍ଜାତୀୟ ସମ୍ମିଳନୀ: କୃଷି ସଚିବ

ପ୍ରକାଶ ଥାଉକି, ନୁଭୋକୋ ସିମେଣ୍ଟ କାରଖାନା ଆରମ୍ଭ ହେବା ପୂର୍ବରୁ ସ୍ଥାନୀୟ ଅଞ୍ଚଳର ବିକାଶ କରିବା ସହିତ ନିଯୁକ୍ତି ପ୍ରତି ଧ୍ୟାନ ଦିଆଯିବ ବୋଲି କାରଖାନା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ । କାରଖାନା ପ୍ରତିଷ୍ଠା ହେଲା ସତ, କିନ୍ତୁ ସ୍ଥାନୀୟ ଅଞ୍ଚଳର କୌଣସି ବିକାଶ ହେଲା ନାହିଁ । ଏତଦ୍ ବ୍ୟତୀତ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଅନେକ ସମସ୍ୟା ଦେଇ ଗତି କରୁଥିବାର ଅନେକ ଦିନ ହେବ ଅଭିଯୋଗ କରିଆସୁଥିଲା । ଏହିସବୁ ସମସ୍ୟା ଏବେ ଆନ୍ଦୋଳନର ରୂପ ନେଇଛି । ସେପଟେ ଶ୍ରମିକ ଓ ସ୍ଥାନୀୟ ଲୋକଙ୍କ ଧାରଣା ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି । ତେବେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.