ETV Bharat / state

ବିଶ୍ବାସ ବନାମ ଅନ୍ଧବିଶ୍ବାସ: ଜଳସ୍ତର ହ୍ରାସ ପାଇଁ ପୂଜା କଲେ ମହିଳା - ଖରସ୍ରୋତା ନଦୀକୁ ପୂଜାର୍ଚ୍ଚନା

ନଦୀରେ ଜଳସ୍ତର କମିବାକୁ ନେଇ ମହିଳାମାନେ ଯାଜପୁର ଖରସ୍ରୋତା ନଦୀକୁ ପୂଜାର୍ଚ୍ଚନା କରି ବନ୍ଦାପନା କରିଛନ୍ତି ।

kharasrota river puja
ଖରସ୍ରୋତା ନଦୀକୁ ପୂଜାର୍ଚ୍ଚନା କରି ବନ୍ଦାପନା କଲେ ମହିଳା
author img

By

Published : Aug 29, 2020, 10:02 AM IST

ଯାଜପୁର: ନଦୀରେ ପୂଜାର୍ଚ୍ଚନା କଲେ ମହିଳା । ନଦୀରେ ଜଳସ୍ତର କମିବାକୁ ନେଇ ମହିଳାମାନେ ଯାଜପୁର ଖରସ୍ରୋତା ନଦୀକୁ ପୂଜାର୍ଚ୍ଚନା କରି ବନ୍ଦାପନା କରିଛନ୍ତି ।

ଖରସ୍ରୋତା ନଦୀକୁ ପୂଜାର୍ଚ୍ଚନା କରି ବନ୍ଦାପନା କଲେ ମହିଳା

ସୂଚନା ଅନୁଯାୟୀ, ଯାଜପୁର ବରୀ ନିର୍ବାଚନ ମଣ୍ଡଳୀର ବଡସୁଆର ପଞ୍ଚାୟତ ପାଳସାହି ଗ୍ରାମରେ ଖରସ୍ରୋତା ନଦୀକୁ ଗ୍ରାମର ମହିଳାମାନେ ବନ୍ଦାପନା କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବିଶ୍ବାସ ଅଛି ଏହି ନଦୀ ବଢି ସମୟରେ ନଦୀର ଜଳକୁ ବନ୍ଦାପନା କରିବା ଦ୍ବାରା ନଦୀର ଜଳସ୍ତର କମିଥାଏ । ଯାହାକୁ ବିଶ୍ବାସ ରଖି ମହିଳାମାନେ ଖରସ୍ରୋତା ନଦୀକୁ ବନ୍ଦାପନା କରଛନ୍ତି ।

ଅନ୍ୟପଟେ ବୈତରଣୀ ନଦୀ ଜଳସ୍ତର କମିଥିବା ବେଳେ ଖରସ୍ରୋତା ନଦୀର ଜଳ ବୃଦ୍ଧି ପାଉଛି । ସେହିପରି ଯାଜପୁର ବରୀକୁ ସଂଯୋଗ କରୁଥିବା ରାସ୍ତା ଉପରେ ପାଣି ମାଡିଯିବାରୁ ବରୀକୁ ସମ୍ପୂର୍ଣ୍ଣ ଭାବେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବରୀର ସମସ୍ତ ଅଫିସ କାର୍ଯ୍ୟାଳୟ, ଥାନା, ଅଗ୍ନିଶମ କେନ୍ଦ୍ର କାର୍ଯ୍ୟାଳୟରେ ପାଣି ପସି ରହିଥିବାରୁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଉଦ୍ଧାକାରୀ ଦଳ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.