ETV Bharat / state

ଅନ୍ତେବାସୀଙ୍କ ସେବାରେ ମହିଳା ସରପଞ୍ଚ

author img

By

Published : Jul 25, 2020, 6:56 PM IST

ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତରେ ୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲା ଯାଇଛି । ଆଜି ପର୍ଯ୍ୟନ୍ତ ଏଠାରୁ ୨୫୦ରୁ ଊର୍ଦ୍ଧ୍ବ ଅନ୍ତେବାସୀ ସୁସ୍ଥ ହୋଇ ଫେରିଛନ୍ତି । ଏତିକିବେଳେ ଏଠାରେ ଦିନ ରାତି ଏକ କରି ଅନ୍ତେବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି ମହିଳା ସରପଞ୍ଚ ଝୁନାରାଣୀ ରାୟ ।

ଅନ୍ତେବାସୀଙ୍କ ସେବାରେ ମହିଳା ସରପଞ୍ଚ
ଅନ୍ତେବାସୀଙ୍କ ସେବାରେ ମହିଳା ସରପଞ୍ଚ

ଯାଜପୁର: କର୍ତ୍ତବ୍ୟ ନିଷ୍ଠ ସରପଞ୍ଚ । ଅନ୍ତେବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି ମହିଳା ସରପଞ୍ଚ ଝୁନାରାଣୀ ରାୟ । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତରେ ୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲା ଯାଇଛି । ଆଜି ପର୍ଯ୍ୟନ୍ତ ଏଠାରୁ ୨୫୦ରୁ ଊର୍ଦ୍ଧ୍ବ ଅନ୍ତେବାସୀ ସୁସ୍ଥ ହୋଇ ଫେରି ଥିବାବେଳେ ସମସ୍ତଙ୍କର ଯତ୍ନ ନେଉଛନ୍ତି ସରପଞ୍ଚ ।

ଅନ୍ତେବାସୀଙ୍କ ସେବାରେ ମହିଳା ସରପଞ୍ଚ

ପଞ୍ଚାୟତର ସରପଞ୍ଚ ଜଣେ ମହିଳା ହେଲେ ମଧ୍ୟ ଅନ୍ତେବାସୀଙ୍କ ଯତ୍ନ ପାଇଁ ସେ ଦିନ ରାତିକୁ ଏକ କରି ଦେଇଛନ୍ତି । ପ୍ରତିଦିନ ଉପଯୁକ୍ତ ଖାଦ୍ୟ ଯୋଗାଇବା ସହିତ କେନ୍ଦ୍ରକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବା ଉପରେ ବିଶେଷ ଗୁରୁତ୍ବ ଦେଉଥିବା ସେ କହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.