ଯାଜପୁର: ଜିଲାର ରସୁଲପୁର ବ୍ଳକ ବନ୍ଧଡିହ ଗାଁରେ ହୋଇଥିବା ପାନୀୟ ଜଳ ପ୍ରକଳ୍ପଟି ଅଚଳ ହୋଇପଡିଛି । ପ୍ରକଳ୍ପଟି ଗତ 4 ବର୍ଷ ତଳେ ନିର୍ମାଣ ହୋଇଥିଲା । ନିର୍ମାଣ ସମୟରୁ ପାଣିରେ ଆଇରନର ଭାଗ ଅଧିକ ରହୁଥିବାରୁ ଏହି ପାଣିକୁ ବ୍ୟବହାର କରାଯାଇନଥିଲା ।
ନିକଟରେ ଏହି ଅଚଳ ପ୍ରକଳ୍ପକୁ ବସୁଧା ଯୋଜନାରେ ସାମିଲ କରାଯାଇ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି । ସେପଟେ ଏହି ପ୍ରକଳ୍ପର ଷ୍ଟାଣ୍ଡପୋଷ୍ଟ ଗୁଡିକ ଏବେ ଅଳିଆ ଆବର୍ଜନା ମଧ୍ୟରେ ପଡିରହିଛି । ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ନଦୀ ଓ ନାଳ ଉପରେ ନିର୍ଭର କରୁଛନ୍ତି । ତେଣୁ ଏହି ପ୍ରକଳ୍ପଟି କାର୍ଯ୍ୟକ୍ଷମ କରି ସ୍ଥାନୀୟ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ