ଯାଜପୁର: ରାଜ୍ୟରେ ଅହେତୁକ ପେଟ୍ରୋଲ, ଡିଜେଲ ଓ ଡାଲିଜାତୀୟ ଦ୍ରବ୍ୟର ଦର ବୃଦ୍ଧି ପ୍ରତିବାଦରେ ବ୍ୟାସନଗର କଂଗ୍ରେସ ପକ୍ଷରୁ ସାଇକେଲ ଚଳାଇ ପ୍ରତିବାଦ କରିଛନ୍ତି । ଆଜି (ଶୁକ୍ରବାର) ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ରିତାଶ୍ରୀ ମହାନ୍ତିଙ୍କ ନେତୃତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ରାଜ୍ୟ ଅଣ ସଙ୍ଗଠିତ ଶ୍ରମିକ ସଙ୍ଘର ସଭାପତି ବିଦ୍ୟଧାର ମହାନ୍ତି ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ତୈଳ ଦରବୃଦ୍ଧିକୁ ନେଇ ଭର୍ସନା କରିଛନ୍ତି ।
ଏନେଇ ମହିଳା, ଯୁବ ଓ କଂଗ୍ରେସର ବରିଷ୍ଠ ନେତା ଓ ନେତ୍ରୀମାନେ ଏକ ବିଶାଳ ଶୋଭାଯାତ୍ରାରେ ଚୋରଦା ଛକରୁ ବାହାରି ବ୍ୟାସନଗର ପୌରପରିଷଦ ପର୍ଯ୍ୟନ୍ତ ଏକ ସାଇକେଲ ରାଲି କରିଥିଲେ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ