ଯାଜପୁର: ଆଜି ଦ୍ବିତୀୟ ଚରଣର ସମବାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ ପ୍ରକ୍ରିୟା । ଯାଜପୁର ଜିଲ୍ଲା କୋରେଇ ବ୍ଲକ ୫ଟି ସମିତିରେ ୧୬୧୩ ଜଣ ମତଦାତା ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । ଶାନ୍ତି ଶୃଙ୍ଖଳାର ସହିତ ମତଦାନ ପ୍ରକ୍ରିୟା ଚାଲିଛି ।
ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ ପ୍ରକ୍ରିୟା । ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିବାବେଳେ ଆଜି (ରବିବାର) ଦ୍ବିତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଦ୍ବିତୀୟ ପର୍ଯ୍ୟାୟରେ କୋରେଇ ବ୍ଲକର କନ୍ତରର 9, ଇଛାପୁରର 12, ଜାଗୁଳାଇଜଗଡିଆର 4, ଜହ୍ନାର 2, ତୁଳତୀର 2ଟି ଜୋନରେ ସକାଳୁ ସକାଳୁ ଭୋଟଗ୍ରହଣ ପ୍ରକ୍ରିୟା ଚାଲିଛି l ଏହି ସମବାୟ ନିର୍ବାଚନରେ 29ଟି ଜୋନରେ 59 ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ତେବେ ଏହି 5ଟି ଜୋନରେ 75ଟି ନିର୍ଦ୍ଦେଶକ ପଦବୀରୁ 46ଜଣ ନିର୍ଦ୍ଦେଶକ ବିନା ପ୍ରତିଦ୍ବନ୍ଦିତାରେ ନିର୍ବାଚିତ ହେଇ ସାରିଥିବା ସୂଚନା ମିଳିଛି l ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏହି 5ଟି ଜୋନରେ କୋରେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।