ETV Bharat / state

ସ୍ମିତାରାଣୀ ମୃତ୍ୟୁ ଘଟଣା, ଗେଷ୍ଟ ହାଉସକୁ ନେଇ ଉଠିଲା ପ୍ରଶ୍ନ

author img

By

Published : Oct 22, 2019, 9:47 PM IST

ହରିଦାସପୁର ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ଏବେ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସଟି ଜଙ୍ଗଲ ଜମିରେ ଥିବା ନେଇ ଅଭିଯୋଗ କରିଛନ୍ତି ବିରୋଧି ।

ଭିଏଲଡବ୍ଲ୍ୟୁ ସ୍ମିତାଙ୍କ ମୃତ୍ୟୁ ଘଟଣା

ଯାଜପୁର: ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ ନେଉଛି । ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ନାରାବାଜି ଚାଲିଥିବା ବେଳେ ଏବେ ଆଉ ଏକ ଅଭିଯୋଗ ଘଟଣାକୁ ଅଧିକ ଜଟିଳ କରିଛି ।

ଭିଏଲଡବ୍ଲ୍ୟୁ ସ୍ମିତାଙ୍କ ମୃତ୍ୟୁ ଘଟଣା

ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଥିବା ସ୍ଥାନ (ସରପଞ୍ଚ ସ୍ବାମୀଙ୍କ ଗେଷ୍ଟ ହାଉସ)କୁ ନେଇ ଉଠିଛି ପ୍ରଶ୍ନ । ଏହି ଗେଷ୍ଟ ହାଉସଟି ଜଙ୍ଗଲ ଜମିରେ ଅବସ୍ଥିତ ଥିବା ଅଭିଯୋଗ କରିଛନ୍ତି ବିରୋଧି । ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି ।

ଅନ୍ୟପଟେ ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟର ଉନ୍ମୋଚନ ପାଇଁ ଅଣ୍ଟା ଭିଡିଛନ୍ତି ବିରୋଧି । ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ଅଭିଯୁକ୍ତ ରୂପେଶ ଭଦ୍ର ସରକାରୀ ଦଳର ପ୍ରୋତ୍ସାହନରେ ସରକାରୀ ଜଙ୍ଗଲ ଜମିରେ ଗେଷ୍ଟହାଉସ କରି ସେଠାରେ ଏପରି ଅପରାଧ ଘଟାଇଥିବା ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ ।

ଏଥିସହ ଗତ 19ତାରିଖର ଏସପିଙ୍କ ବିବୃତ୍ତିକୁ ମଧ୍ୟ କଡା ସମାଲୋଚନା କରିଛନ୍ତି ସେ । ତୁରନ୍ତ ଜଙ୍ଗଲ ଜମିରୁ ଗେଷ୍ଟହାଉସକୁ ଭଙ୍ଗାଯିବା ସହ ଏହାକୁ ସରକାରଙ୍କ ଖାତାକୁ ଫେରସ୍ତ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

ଏହି ପ୍ରସଙ୍ଗରେ ସିପିଏମ୍ ନେତା ପ୍ରଫୁଲ୍ଲ ନାୟକ ମଧ୍ୟ ଆନ୍ଦୋଳନର ଚେତାବନୀ ଦେଇଛନ୍ତି । ତେବେ ବିଜେପିର ଜିଲ୍ଲା ବନ୍ଦ ପାଳନ ପରେ ବୁଧବାର ମହିଳା କଂଗ୍ରେସ ଏସପି ଅଫିସ୍ ଘେରାଉ କରିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଗୋଟିଏ ପଟେ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାର ରହସ୍ୟ, ଅନ୍ୟପଟେ ଏକ ଜଙ୍ଗଲ ଜମିରେ ଗେଷ୍ଟହାଉସ କରି ଅପରାଧିକ କାର୍ଯ୍ୟ କରାଯିବା ନେଇ ସାରା ଜିଲ୍ଲାରେ ଲାଗି ରହିଛି ତୁମ୍ବିତୋଫାନ । ସେପଟେ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ପରିସରରେ ମଧ୍ୟ ଅଶାନ୍ତ ଝଡ ଲାଗି ରହିଛି ।

ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଭିଏଲଡବ୍ଲ୍ୟୁ କର୍ମଚାରୀ ସଂଘ ପକ୍ଷରୁ ଜାରି ରହିଛି ଆନ୍ଦୋଳନ । ଭିଏଲଡବ୍ଲ୍ୟୁ ଓ ପିଇଓ ମାନେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଚଳାଇଛନ୍ତି ପ୍ରତୀକ ଧାରଣା ଓ ଧର୍ମଘଟ । ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ସହ ମୃତାଙ୍କ ପରିବାରକୁ ତୁରନ୍ତ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି । ଏହି ଘଟଣାରେ ପୋଲିସ ନିରବ ରହିଥିବା ବେଳେ ଜଙ୍ଗଲ ଜମି ପ୍ରସଙ୍ଗରେ ଏହାର ତଦନ୍ତ ପାଇଁ ଧର୍ମଶାଳା ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:slug_haridaspur_guesthouse_controversy
format-pkg(followup)
reporter-Gyanaranjan ojha
place-jajpur
date-22.10.19
Anchor---ଯାଜପୁର ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାରେ ଆଉ ଏକ ନୂଆ ଅଧ୍ୟାୟ । ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବୀ କରି ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ନାରାବାଜୀ ଚାଲିଥିବା ବେଳେ ଏବେ ଆଉ ଏକ ଅଭିଯୋଗ ଘଟଣାକୁ ଅଧିକ ଜଟିଳ କରିଛି । ଏବେ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଥିବା ସରପଞ୍ଚ ସ୍ବାମୀଙ୍କ ଗେଷ୍ଟ ହାଉସକୁ ନେଇ ଉଠିଛି ପ୍ରସଙ୍ଗ । ଏହି ଗେଷ୍ଟ ହାଉସଟି ଜଙ୍ଗଲ ଜମିରେ ଅବସ୍ଥିତ ଥିବା ଅଭିଯୋଗ କରିଛନ୍ତି ବିରୋଧି । ଯାହାକୁ ନେଇ ସ୍ଥାନୀୟ ତହସିଲ ପ୍ରଶାସନ ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଛି । ଜିଲ୍ଲାପାଳ କହିଲେ ଘଟଣାର ତଦନ୍ତ ଚାଲିଛି । ତଦନ୍ତ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ସେପଟେ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଓ ଜଙ୍ଗଲ ଜମିରୁ ଜବରଦଖଲ ଉଚ୍ଛେଦ ଦାବୀରେ ଆସନ୍ତା କାଲି ଏସପି ଅଫିସ୍ ଘେରାଉ କରିବ ଜିଲ୍ଲା ମହିଳା କଂଗ୍ରେସ ।

Body:
vo-01--ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟର ଉନ୍ମୋଚନ ପାଇଁ ଅଣ୍ଟା ଭିଡିଛନ୍ତି ବିରୋଧି । ଘଟଣାର ସିବିଆଇ ତଦନ୍ତ ଦାବୀ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ୍ । ଖାଲି ସେତିକି ନୁହେଁ ଏବେ ଏହି ଘଟଣାରେ ଆଉ ଏକ ନୂଆ ମୋଡ ଦେଖିବାକୁ ମିଳିଛି । ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଥିବା ଘଟଣା ସ୍ଥଳ ଅର୍ଥାତ୍ ସରପଞ୍ଚ ସ୍ବାମୀଙ୍କ ଗେଷ୍ଟହାଉସଟି ମଧ୍ୟ ଜଙ୍ଗଲଜମିରେ ଅବସ୍ଥିତ ଥିବା ଅଭିଯୋଗ କରିଛନ୍ତି ବିରୋଧି । ଅଭିଯୁକ୍ତ ରୂପେସ୍ ଭଦ୍ର ସରକାରୀ ଦଳର ପ୍ରୋତ୍ସାହନରେ ସରକାରୀ ଜଙ୍ଗଲଜମିରେ ଗେଷ୍ଟହାଉସ କରି ସେଠାରେ ଏପରି ଅପରାଧ ଘଟାଇଥିବା ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ୍ । ଗତ 19ତାରିଖର ଏସପିଙ୍କ ବିବୃତ୍ତିକୁ ମଧ୍ୟ କଡା ସମାଲୋଚନା କରିଛନ୍ତି ସେ । ତୁରନ୍ତ ଜଙ୍ଗଲ ଜମିରୁ ଗେଷ୍ଟହାଉସକୁ ଭଙ୍ଗାଯିବା ସହ ଏହାକୁ ସରକାରଙ୍କ ଖାତାକୁ ଫେରସ୍ତ କରିବାକୁ କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି । ଏହି ପ୍ରସଙ୍ଗରେ ସିପିଏମ୍ ନେତା ପ୍ରଫୁଲ୍ଲ ନାୟକ ମଧ୍ୟ ଆନ୍ଦୋଳନର ଚେତାବନୀ ଦେଇଛନ୍ତି । ତେବେ ବିଜେପିର ଜିଲ୍ଲା ବନ୍ଦ ପାଳନ ପରେ ଆସନ୍ତା କାଲି ମହିଳା କଂଗ୍ରେସ ଏସପି ଅଫିସ୍ ଘେରାଉ କରିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।
bite-01--ମନୋଜ ରାଉତ, ଜିଲ୍ଲା କଂଗ୍ରେସ ସଭାପତି
bite-02--ପ୍ରଫୁଲ୍ଲ ନାୟକ, ସିପିଏମ୍ ନେତା
vo-02--ଗୋଟିଏ ପଟେ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାର ରହସ୍ୟ, ଅନ୍ୟପଟେ ଏକ ଜଙ୍ଗଲ ଜମିରେ ଗେଷ୍ଟହାଉସ କରି ଅପରାଧିକ କାର୍ଯ୍ୟ କରାଯିବା ନେଇ ସାରା ଜିଲ୍ଲାରେ ଲାଗି ରହିଛି ତୁମ୍ବିତୋଫାନ୍ । ସେପଟେ ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁକୁ ନେଇ ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ପରିସରରେ ମଧ୍ୟ ଅଶାନ୍ତ ଝଡ ଲାଗି ରହିଛି । ମୃତ୍ୟୁ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରି ଭିଏଲଡବ୍ଲ୍ୟୁ କର୍ମଚାରୀ ସଂଘ ପକ୍ଷରୁ ଜାରି ରହିଛି ଆନ୍ଦୋଳନ । ଭିଏଲଡବ୍ଲ୍ୟୁ ଓ ପିଇଓ ମାନେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଚଳାଇଛନ୍ତି ପ୍ରତୀକ ଧାରଣା ଓ ଧର୍ମଘଟ । ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ସହ ମୃତାଙ୍କ ପରିବାରକୁ ତୁରନ୍ତ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି । ଏହି ଘଟଣାରେ ପୋଲିସ୍ ଏବେ ନିରବ ରହିଥିବା ବେଳେ ଜଙ୍ଗଲ ଜମି ପ୍ରସଙ୍ଗରେ ଆମେ ଭେଟିଥିଲୁ ଜିଲ୍ଲାପାଳଙ୍କୁ । ଜିଲ୍ଲାପାଳ କହିଲେ ଏହାର ତଦନ୍ତ ପାଇଁ ଧର୍ମଶାଳା ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।
bite-03--ରଞ୍ଜନ କୁମାର ଦାସ, ଜିଲ୍ଲାପାଳ, ଯାଜପୁର

Conclusion:
fvo--ପୋଲିସର ବିବୃତ୍ତି ପରେ ବି ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା ରହସ୍ୟାବୃତ୍ତ ହୋଇଥିବା ବେଳେ ଏବେ ଜଙ୍ଗଲ ଜମିରେ ଗେଷ୍ଟହାଉସ ଥିବା ପ୍ରସଙ୍ଗ ଏବେ ପ୍ରଶାସନକୁ ଅଡୁଆରେ ପକାଇଛି । ଏବେ ଘଟଣାକୁ ନେଇ ବିରୋଧିଙ୍କ ଦ୍ବାରା ରାଜନୀତି ଜୋର ଧରିଛି । କିପରି ହେଉଛି କାର୍ଯ୍ୟାନୁଷ୍ଠାନ ତା ଉପରେ ହିଁ ସମସ୍ତଙ୍କ ନଜର୍ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.