ETV Bharat / state

ଯାଜପୁରରେ ମାଡୁଛି କୋରୋନା, ସାମାଜିକ ଦୂରତାର ଉଡିଲା ଧଜିଆ

ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଲୋକେ ବିନା ମାସ୍କ ସହ ସାମାଜିକ ଦୂରତା ପାଳନ କରୁନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢିଛି । ଅଧିକ ପଢନ୍ତୁ...

ଯାଜପୁରରେ କୋଭିଡ ନିୟମକୁ ଫୁ, ଚିନ୍ତାରେ ପ୍ରଶାସନ

author img

By

Published : Jul 18, 2020, 5:39 PM IST

ଯାଜପୁର: ଜିଲ୍ଲାରେ କୋରୋନା ସ୍ଥିତି ଉଦବେଗଜନକ ରହିଛି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 953 ପାର ହେବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି । ସେଥିପାଇଁ ଆଜି(ଶନିବାର) ଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଯାଜପୁରରେ କୋଭିଡ ନିୟମକୁ ଫୁ, ଚିନ୍ତାରେ ପ୍ରଶାସନ

ଏଥି ସହିତ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତ୍ୱ ନିୟମକୁ ମାନିବାକୁ କଡା ନିର୍ଦ୍ଦେଶ ରହିଛି । କିନ୍ତୁ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଲୋକେ ସେହି ସବୁ ନିୟମ ମାନିବାକୁ ନାରାଜ ।

ତେବେ ଦଶରଥପୁର ବ୍ଲକ ଅନ୍ତର୍ଗତ ଦତ୍ତପୁର ପଞ୍ଚାୟତସମିତିରେ ବିଭିନ୍ନ ପୋଖରୀ, ନଦୀ ଏବଂ ନାଳରେ ମାଛ ଧରିବା ନିମନ୍ତେ ନିଲାମ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ହେଲେ ଏହି ସମୟରେ ଏଠାରେ କୌଣସି କଟକଣା ଥିବା ପରି ମନେ ହେଉ ନାହିଁ । ସାମଜିକ ଦୂରତ୍ୱକୁ ଫୁ କରି ଉଡେଇ ଦେଉଛନ୍ତି ଲୋକେ । ଯାହା ଫଳରେ ଆଗାମୀ ଦିନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା ଦେଖାଦେଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.