ETV Bharat / state

ବିଡିଓ ଓ ତହସିଲଦାରଙ୍କୁ ଆକ୍ରମଣ ଘଟଣା: ଆଉ ୫ ଗିରଫ - ବିଡିଓ ଓ ତହସିଲଦାରଙ୍କୁ ଆକ୍ରମଣ

କୁଆଖିଆ ଥାନା ଗୋପୀନାଥପୁର ଗାଁରେ ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ସଂପୃକ୍ତ ଆଉ ୫ଜଣଙ୍କୁ ଗିରଫ କଲା କୁଆଖିଆ ପୋଲିସ । ଅଧିକ ପଢନ୍ତୁ...

villages-attack-in-jajpur-total-8-people-arrested

author img

By

Published : Apr 19, 2020, 6:10 PM IST

ଯାଜପୁର: ଗତକାଲି କୁଆଖିଆ ଥାନା ଗୋପୀନାଥପୁର ଗାଁରେ ରସୁଲପୁର ବିଡିଓ ଓ ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ସଂପୃକ୍ତ ଆଉ ୫ଜଣଙ୍କୁ ଗିରଫ କଲା କୁଆଖିଆ ପୋଲିସ । ଗତକାଲି ଏହି ଘଟଣାରେ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏପଟେ ଗୋପୀନାଥପୁର ଗାଁର ମୁସଲିମ ସାହିରେ ୧୪୪ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ ।

ବିଡିଓ ଓ ତହସିଲଦାରଙ୍କୁ ଆକ୍ରମଣ ଘଟଣା: ଆଉ ୫ଜଣକୁ ଗିରଫ କଲା କୁଆଖିଆ ପୋଲିସ

ଖାଁ ଖାଁ ଗାଁ ପରିବେଶ । ଘରୁ କେହି ବାହାରକୁ ନବାହାରିବାକୁ ପ୍ରଶାସନ ପକ୍ଷରୁ ମାଇକ ଯୋଗେ ପ୍ରଚାର କରାଯାଇଛି । ଗତକାଲି ରସୁଲପୁର ବ୍ଲକର ଲକଡାଉନ ସ୍ଥିତିର ଅନୁଧ୍ୟାନ କରିବାକୁ ଜିଲ୍ଲାପାଳଙ୍କ ସହ ରସୁଲପୁର ବିଡିଓ ତହସିଲଦାର ମଧୁବନ ଅଂଚଳକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ମାସ୍କ ବ୍ୟବହାର ନକରି ୩ଜଣ ଯୁବକ ବାଇକରେ ଯାଉଥିବା ଦେଖି ତାଙ୍କୁ ଅଟକାଇ ଥିଲେ । ଫଳରେ ଅମାନ୍ୟ କରି ସେମାନେ ଗୋପୀନାଥପୁର ଗାଁକୁ ଚାଲିଯାଇଥିଲେ ।

ସେଠାରେ ପ୍ରଶାସନିକ ଅଧିକାରୀମାନେ ପହଁଚିବା ପରେ ସେମାନଙ୍କୁ ଗ୍ରାମବାସୀମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏପରିକି ଜିଲ୍ଲାପାଳଙ୍କୁ ଦୁର୍ବବ୍ୟବହାର କରିବାକୁ ବି ପଛେଇନଥିଲେ । ପରେ ଯାଜପୁର ଏସପି ଘଟଣାସ୍ଥଳରେ ପହଁଚି ଫ୍ଲାଗ୍ ମାର୍ଚ୍ଚ କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.