ETV Bharat / state

ବାଲି ଉତ୍ତୋଳନକୁ ଗ୍ରାମବାସୀଙ୍କ ବିରୋଧ, ଗାଡି ଅଟକ - ଯାଜପୁର ବାଲି କାରବାର ବିରୋଧ ଖବର

ପାଣିକୋଇଲି ଥାନା ଧନତ୍ରୀ ବାଲିଘାଟରେ ବାଲି ଉତ୍ତୋଳନକୁ ଗ୍ରାମବାସୀ ବିରୋଧ କରିବା ସହିତ ଏକ ଗାଡି ଅଟକ ରଖିଛନ୍ତି । ଅଧିକ ପଢନ୍ତୁ

ବାଲି ଉତ୍ତୋଳନକୁ ଗ୍ରାମବାସୀଙ୍କ ବିରୋଧ, ଗାଡି ଅଟକ

author img

By

Published : May 21, 2022, 4:58 PM IST

ଯାଜପୁର: ପାଣିକୋଇଲି ଥାନା ଧନତ୍ରୀ ବାଲିଘାଟରେ ବାଲି ଉତ୍ତୋଳନକୁ ଗ୍ରାମବାସୀ ବିରୋଧ କରିବା ସହିତ ଏକ ଗାଡି ଅଟକ ରଖିଛନ୍ତି । ସୂଚନା ମୁତାବକ ଧନତ୍ରୀ ବାଲିଘାଟରୁ ବଡ଼ବଡ଼ ହାଇୱା ଗାଡି ଯିବା ଫଳରେ ଗାଁ ରାସ୍ତା ନଷ୍ଟ ହେଉଛି । ପୂର୍ବରୁ ଗ୍ରାମବାସୀ ଶହଶହ ଗାଡ଼ି ଯିବା ଫଳରେ ରାସ୍ତାରେ ଅନେକ ସମୟରେ ଦୁର୍ଘଟଣା ହେଉଥିବା ବ୍ୟାସନଗର ତହସିଲରେ ଅଭିଯୋଗ କରିଥିଲେ l

ବାଲି ଉତ୍ତୋଳନକୁ ଗ୍ରାମବାସୀଙ୍କ ବିରୋଧ, ଗାଡି ଅଟକ

ତେବେ ତହସିଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଫଳରେ ଆଜି(ଶନିବାର) ଶତାଧିକ ଗ୍ରାମବାସୀ ଧନତ୍ରୀ ବାଲିଘାଟକୁ ଯାଇ ଗାଡି ଚାଲିବାକୁ ବିରୋଧ କରିଥିଲେ l ତେବେ ଗାଡି ଗୁଡିକ ଅନେକ ସମୟ ଧରି ଘାଟରେ ରହିବା ଫଳରେ ଶେଷରେ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.