ଯାଜପୁର: ଜିଲ୍ଲା ଦଶରଥପୁର ବ୍ଳକ ଦୁବକଣ-ଆମ୍ବଖିଆ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଦୀର୍ଘ ୧୫ ବର୍ଷ ପୂର୍ବରୁ ରାସ୍ତାଟି ନିର୍ମାଣ ହୋଇଥିଲେ ହେଁ ମରାମତି ଅଭାବରୁ ଏହା ମରଣଜନ୍ତା ପାଲଟିଛି । ଏହି ରାସ୍ତା ଉପରେ ନିର୍ଭର କରୁଥିବା ଏକାଧିକ ପଞ୍ଚାୟତବାସୀ ପ୍ରତ୍ୟେକ ଦିନ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି ।
ତେବେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ । ଏଥିପାଇଁ ଗ୍ରାମର କିଛି ଯୁବକ ନିଜେ ରାସ୍ତା ମରାମତି କରିବା ଆରମ୍ଭ କରିଛନ୍ତି । ଯୁବକ ମାନଙ୍କ ଏଭଳି କାର୍ଯ୍ୟ ପାଇଁ ଗ୍ରାମବାସୀ ମାନେ ବେଶ ପ୍ରଶଂସା କରିଛନ୍ତି । ଏଥିସହ ତୁରନ୍ତ ଏହି ରାସ୍ତାକୁ ସମ୍ପୁର୍ଣ୍ଣ ମରାମତି କରିବାକୁ ଜିଲ୍ଲା ପ୍ରଶାସନକୁ ଦାବି କରିଛନ୍ତି ଗ୍ରାମବାସୀ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ