ଯାଜପୁର: ଜିଲ୍ଲାର ଦଶରଥପୁର ପଞ୍ଚାୟତର ମୁଳାଢ଼ିଅ ମଶାଣି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ଦଶରଥପୁର ବ୍ଳକ କାର୍ଯ୍ୟାଳୟର ଅନତି ଦୂରରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ରାସ୍ତାଟି କିଛି ମାସ ତଳେ ନିର୍ମିତ ହୋଇଥିଲା । ରାସ୍ତା ନିର୍ମାଣ ସରିବାର କିଛି ଦିନ ପରେ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ଏହି ରାସ୍ତା ବାଟେ ଲୋକେ ମୃତଦେହ ସଂସ୍କାର ପାଇଁ ଯାଇଥାନ୍ତି । ଏହି ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଖୋଦ ବ୍ଳକ ଦୁଆର ମୁହଁରେ ଯଦି ଏମିତି ଦୁର୍ନୀତି ତା’ହେଲେ ଅନ୍ୟ ଅଞ୍ଚଳରେ କିପରି କାମ ହେଉଥିବ ତା’କୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ତେଣୁ, ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ