ETV Bharat / state

ଅନ୍‌ଲାଇନ ପାଠପଢା ଆରମ୍ଭ, ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ ଆଶ୍ୱସ୍ତ

author img

By

Published : Mar 18, 2022, 9:24 PM IST

ଋଷିଆର ଆକ୍ରମଣ ପରେ ୟୁକ୍ରେନ ଛାଡ଼ି ଭାରତ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । ଅଧିକ ପଢ଼ନ୍ତୁ

ଅନ୍‌ଲାଇନ ପାଠପଢ଼ା ଆରମ୍ଭ, ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀ ଆଶ୍ୱସ୍ତ

ଭୁବନେଶ୍ବର/ଯାଜପୁର: ଋଷର ଆକ୍ରମଣ ପରେ ୟୁକ୍ରେନ ଛାଡ଼ି ଭାରତ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଅନଲାଇନ ପାଠପଢା ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ପଶ୍ଚିମ ୟୁକ୍ରେନରେ ଥିବା କେତେକ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଏହି ସୁବିଧା ଆରମ୍ଭ କରିଛନ୍ତି ।

ଅନଲାଇନ୍‌ କ୍ଲାସ ପାଇଁ ଛାତ୍ରଛାତ୍ରଙ୍କ ଗ୍ରୁପ କରାଯାଇଛି । ଗୋଟିଏ ଗ୍ରୁପରେ ୬ ଜଣ ଲେଖାଏଁ ଛାତ୍ରଛାତ୍ରୀ ରହିଛନ୍ତି । ଏହିଭଳି ଭାବରେ ୨୪ଟି ଗ୍ରୁପ୍‌ କରାଯାଇଛି । ଜୁମ୍‌ ଓ ଗୁୁଗୁଲ ମିଟ୍‌ରେ ଛାତ୍ରଛାତ୍ରୀ ଅନଲାଇନ୍‌ କ୍ଲାସ କରୁଛନ୍ତି ।

ଆଗାମୀ ଦିନରେ ଅନ୍ୟ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ଯୋଗାଇ ଦେଇପାରନ୍ତି । ଏହାକୁ ନେଇ ଅନ୍ୟ ବିଶ୍ବବିଦ୍ୟାଳୟ ମାନଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସେପଟେ ଅନଲାଇନ ପାଠପଢ଼ାକୁ ସ୍ବାଗତ କରିଛନ୍ତି ଛାତ୍ରଛାତ୍ରୀ । ବର୍ତ୍ତମାନ ସମୟରେ ପ୍ରାକ୍ଟିକାଲ ସମ୍ଭବ ନୁହେଁ । ତେବେ ଥିଓରି କ୍ଲାସ ପାଇଁ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନଲାଇନ ଲିଙ୍କ୍ ଓ ଟାଇମଟେବୁଲ ପଠାଯାଇଛି ।

ଛାତ୍ରଛାତ୍ରୀ ଏବେ ଘରେ ବସି ମଧ୍ୟ ପାଠ ପଢି ପାରୁଛନ୍ତି । ଏହି ସଙ୍କଟ ସମୟରେ ଅତିକମରେ ଛାତ୍ରଛାତ୍ରୀ କୋର୍ସ ସିଲାବସ୍‌ ଶେଷ କରିପାରିବେ । ଯୁଦ୍ଧ ଚାଲିଥିବା ସତ୍ତ୍ୱେ ଶିକ୍ଷକଶିକ୍ଷୟିତ୍ରୀଙ୍କ ଏଭଳି ପଦକ୍ଷେପ ନେଇ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଛାତ୍ରଛାତ୍ରୀ । କିନ୍ତୁ ଏବେ ବି ଭବିଷ୍ୟତକୁ ନେଇ ଦ୍ଵନ୍ଦ୍ବରେ ରହିଛନ୍ତି ଛାତ୍ରଛାତ୍ରୀ । ଶିକ୍ଷକ ଶିକ୍ଷୟିତ୍ରୀ ସେଠାରେ ସୁରକ୍ଷିତ ରହିବା ସହ ଖୁବଶୀଘ୍ର ଏ ଯୁଦ୍ଧ ସ୍ଥିତି ଟଳିଯାଉ ବୋଲି ସେମାନେ କାମନା କରିଛନ୍ତି ।

ଫଳରେ ଛାତ୍ରଛାତ୍ରୀ ପୁଣିଥରେ ପାଠପଢ଼ିବା ପାଇଁ ୟୁକ୍ରେନକୁ ଫେରିପାରିବେ । ଏହାସହ ଭିନ୍ନଭିନ୍ନ ବର୍ଷର ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ତାରିଖ ଚୟନ କରାଯାଇଛି । ସେହି ତାରିଖ ଅନୁଯାୟୀ କ୍ଲାସ ଜାରି ରହିବ । ମାର୍ଚ୍ଚ ୨୪ ତାରିଖ , ମାର୍ଚ୍ଚ ୩୧ ତାରିଖ ଏବଂ ଏପ୍ରିଲ ୪ ତାରିଖରେ ପର୍ଯ୍ୟାୟ କ୍ରମେ ଆରମ୍ଭ ହେବ ପାଠପଢା । ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନଲାଇନ କ୍ଳାସ ପାଇଁ ଏକ ଲିଙ୍କ ଦିଆଯାଉଛି । ଏଥିରେ ଲଗ୍ଇନ୍ କରି ରେଜିଷ୍ଟ୍ରେସନ ପରେ ଛାତ୍ରଛାତ୍ରୀ କ୍ଳାସ କରିପାରିବେ ।

ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ କାରଣରୁ ୟୁକ୍ରେନରୁ ଅଧାରୁ ପାଠପଢ଼ା ଛାଡ଼ି ସ୍ବଦେଶ ଫେରି ଆସିଥିଲେ ଛାତ୍ରଛାତ୍ରୀ । ଭାରତୀୟ ମେଡିକାଲ କଲେଜଗୁଡିକରେ ଏହି ଛାତ୍ରଛାତ୍ରୀଙ୍କୁ ପଢ଼ିବାକୁ ଅନୁମତି ଦେବା ପାଇଁ ନିକଟରେ ଭାରତୀୟ ମେଡିକାଲ ସଂଘ(Indian Medical Association) ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲା । ସଂଘ ମୁତାବକ ଯୁଦ୍ଧ ଏକ ଜୀବନ ବ୍ୟାପି ସଙ୍କଟ । ସବୁବେଳେ ଏମିତି ପରିସ୍ଥିତି ଆସିନଥାଏ । ଯୁଦ୍ଧରୁ ଛାତ୍ରଛାତ୍ରୀଙ୍କୁ ଅଧାରେ ପାଠ ଛାଡ଼ିବାକୁ ପଡ଼ିଛି । ସେମାନଙ୍କ ପାଠପଢ଼ା ବ୍ୟର୍ଥ ନଯିବ, ସେଥିପାଇଁ ବ୍ୟବସ୍ଥା ହେବା ଉଚିତ ।

ଏଥିପାଇଁ ଜାତୀୟ ମେଡିକାଲ କମିଶନ-NMC(National Medical Commission)ଙ୍କୁ ପୁରୁଣା ନିୟମରେ ପରିବର୍ତ୍ତନ କରିବାକୁ ହେବ ଅଥବା ନୂଆ ନିୟମ ଆଣିବାକୁ ପଡ଼ିବ । ନଚେତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ । କେବଳ IMA ନୁହେଁ, ଓଡ଼ିଶା ସମେତ ଅନେକ ରାଜ୍ୟ ମଧ୍ୟ ଏହି ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ କ୍ୟାରିୟରକୁ ଟ୍ରାକକୁ ଆଣିବାକୁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ା ଯାଇଛି ।

ଭୁବେନଶ୍ବରରୁ ବିକାଶ କୁମାର ଦାସ ଓ ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.