ଯାଜପୁର: ଗୋଷ୍ଠୀ ସଂଘର୍ଷରେ 8 ଆହତ । ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ତଳଗଡ଼ ପଞ୍ଚାୟତର ଝୁମ୍ପାଣ ଗାଁ ଗୋଷ୍ଠୀସଂଘର୍ଷରେ 8 ଜଣ ଆହତ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ବାଲି ଢାଳିବାକୁ କେନ୍ଦ୍ରକରି ଏହି ଗଣ୍ଡଗୋଳ ହୋଇଥିବା ଜଣାପଡିଛି। ଗ୍ରାମର ଆଦିକନ୍ଦ ରାଉତଙ୍କ ପୁଅ ବିଭୂତି ଭୂଷଣ ଗୁରୁବାର ବଜାରରୁ ଫେରୁଥିବା ସମୟରେ ଗ୍ରାମର ରାସ୍ତାରେ ଢଳା ଯାଉଥିବା ଏକ ବାଲି ଗାଡି ନିକଟରେ ଛିଡା ହୋଇଯାଇଥିଲା। ଏହି ସମୟରେ ସେଠାରେ କିଛି ଦଳିତ ଲୋକ ପହଞ୍ଚି ବିଭୂତିଙ୍କୁ କାହିଁକି ଛିଡା ହେଇଛୁ କହି ବୋଲି ପଚାରିବା ସହ ଗାଳି ଗୁଳଜ କରିଥିଲେ ।
ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ବିଭୂତିଙ୍କୁ ବୋତଲରେ ପିଟି ଦେବାରୁ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଏହାକୁ ନେଇ ସେଠାରେ ତୀଵ୍ର ଉତ୍ତେଜନା ପ୍ରକାଶ ପାଇବା ସହ ବିଭୂତିଙ୍କ ସମ୍ପର୍କୀୟ ଓ ଅନ୍ୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ।
ଏଥିରେ ଦୁଇ ପକ୍ଷରୁ ମୋଟ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ କୋରେଇ ଡାକ୍ତରଖାନାକୁ ପଠାଯାଇଛି । ଅଭିଯୋଗ ପରେ ଘଟଣାସ୍ଥଳରେ କୋରେଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ