ETV Bharat / state

ଭିଜିଲାନ୍ସ ଜାଲରେ ଯାଜପୁର ହସ୍ତତନ୍ତ ନିଗମର ୨ କର୍ମଚାରୀ, ନେଉଥିଲେ ୨୦ ହଜାର ଲାଞ୍ଚ - ଲାଞ୍ଚ ନେଇ ହସ୍ତତନ୍ତ ନିଗମ କର୍ମଚାରୀ ଗିରଫ

ଲାଞ୍ଚ ନେବା ସମୟରେ ଧରାପଡିଲେ ଯାଜପୁର ଜିଲ୍ଲା ବ୍ୟାସନଗରରେ ଥିବା ହସ୍ତତନ୍ତ ନିଗମର ୨ କର୍ମଚାରୀ । ଅଧିକ ପଢନ୍ତୁ

ଲାଞ୍ଚ ନେବା ସମୟରେ ଧରାପଡିଲେ ଯାଜପୁର ହସ୍ତତନ୍ତ ନିଗମର ୨ କର୍ମଚାରୀ

author img

By

Published : Jan 18, 2022, 7:09 PM IST

Updated : Jan 18, 2022, 9:23 PM IST

ଯାଜପୁର: ଲାଞ୍ଚ ନେବା ସମୟରେ ଧରାପଡିଲେ ଯାଜପୁର ଜିଲ୍ଲା ବ୍ୟାସନଗରରେ ଥିବା ହସ୍ତତନ୍ତ ନିଗମର ୨ କର୍ମଚାରୀ । ଜିଲ୍ଲା ଭିଜିଲାନ୍ସ ବିଭାଗ ଚଢାଉ କରି ଉଭୟଙ୍କୁ ଧରିଛି ଭିଜିଲାନ୍ସ ।

ସୂଚନା ଅନୁଯାୟୀ, ହସ୍ତତନ୍ତ ନିଗମର ସହ ନିର୍ଦ୍ଦେଶକ ପ୍ରଭାତ ମିଶ୍ର ଏବଂ ମାଷ୍ଟର କ୍ରାଫ୍ଟ ମ୍ୟାନ ଲକ୍ଷ୍ମୀପ୍ରିୟା ମହାରଣା 20 ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଯାଜପୁର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ତେବେ ଖଗେଶ୍ୱର ମଲିକ ନାମକ ଜଣେ ବ୍ୟକ୍ତିଙ୍କୁ ମ୍ୟାଟେରିଆଲ ଏବଂ ଟୁର୍(ଗମନାଗମନ) ବିଲ୍ ପାଇଁ ୭୬ ହଜାର ଟଙ୍କା ପାଇବାର ଥିଲା ।

ଭିଜିଲାନ୍ସ ଜାଲରେ ଯାଜପୁର ହସ୍ତତନ୍ତ ନିଗମର ୨ କର୍ମଚାରୀ, ନେଉଥିଲେ ୨୦ ହଜାର ଲାଞ୍ଚ

ଏହି ବିଲ୍ ପାସ୍ କରାଇଦେବାକୁ କହି ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ହସ୍ତତନ୍ତ ନିଗମର ୨ କର୍ମଚାରୀ । ତେବେ ଆଜି ୨୦ ହଜାର ଟଙ୍କା ଦେବା ସମୟରେ ସହ ନିର୍ଦ୍ଦେଶକ ପ୍ରଭାତ କୁମାର ମିଶ୍ର ଏବଂ ଲକ୍ଷ୍ମୀପ୍ରିୟା ମହାରଣାଙ୍କୁ ଗିରଫ କରିଛି ଯାଜପୁର ଭିଜିଲାନ୍ସ ବିଭାଗ । ଖଗେଶ୍ୱରଙ୍କ ଠାରୁ ଲକ୍ଷ୍ମୀପ୍ରିୟା ୨୦ ହଜାର ଟଙ୍କା ନେଉଥିବା ସମୟରେ ଯାଜପୁର ଭିଜିଲାନ୍ସ ଅଧୀକ୍ଷକଙ୍କ ପଞ୍ଝାରେ ପଡିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Jan 18, 2022, 9:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.