ETV Bharat / state

ଯବାନଙ୍କ ଵଦାନ୍ୟତା ଆଗରେ ନଇଁ ଯାଉଛି ମଥା, ଅସହାୟ ଯୁବତୀଙ୍କୁ କରାଇଲେ ବିବାହ

author img

By

Published : Jul 4, 2022, 3:55 PM IST

ଆର୍ଥିକ ସମସ୍ୟା ପାଇଁ ଝିଅ ବାହାଘର ଭାଙ୍ଗିଯିବାକୁ ବସିଥିଲା । ଖବର ପାଇବା ପରେ ବିହାରର ସଶସ୍ତ୍ର ସୀମାରେ ଯବାନ ଭାବେ କାର୍ଯ୍ୟରତ ସଂଗ୍ରାମ ଓ ଚିରଞ୍ଜିଵ ଆର୍ଥିକ ସାହାଯ୍ୟ ଯୋଗାଇ ଅସହାୟ ଝିଅ ପଦ୍ମିନୀ ବେହେରାଙ୍କୁ ବିବାହ କରାଇଥିଲେ । ଅଧିକ ପଢନ୍ତୁ

ଯବାନଙ୍କ ଵଦାନ୍ୟତା ଆଗରେ ନଇଁ ଯାଉଛି ମଥା, ଅସହାୟ ଯୁବତୀଙ୍କୁ କରାଇଲେ ବିବାହ
ଯବାନଙ୍କ ଵଦାନ୍ୟତା ଆଗରେ ନଇଁ ଯାଉଛି ମଥା, ଅସହାୟ ଯୁବତୀଙ୍କୁ କରାଇଲେ ବିବାହ

ଯାଜପୁର: ଯବାନ କେବଳ ଦେଶର ସୀମା ରେ ରହି ଆମକୁ ସୁରକ୍ଷା ଦିଅନ୍ତି ନାହିଁ । ଆମ ଦେଶ ଭିତରେ ରହି ବିପଦରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରିବାର ଅନେକ ନଜିର ଅଛି । ଯାଜପୁରରେ ଏମିତି ଏକ ଘଟଣା ଘଟିଛି ଯେଉଁଠି ଯବାନଙ୍କ ବଦାନ୍ୟତା ଆଗରେ ମଥା ନଇଁ ଯାଉଛି । ଆର୍ଥିକ ସମସ୍ୟା ପାଇଁ ଝିଅ ବାହାଘର ଭାଙ୍ଗିଯିବାକୁ ବସିଥିବା ବେଳେ ଖବର ପାଇ ସୀମାରୁ ଛୁଟି ରେ ଆସି ଦୁଇ ଯବାନ ଅପରିଚିତ ଝିଅ ର ବିବାହ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଯିଏ ଶୁଣୁଛି ସିଏ ଯବାନଙ୍କୁ ପ୍ରଶଂସାରେ ପୋତି ପକାଉଛି । ଦୁଇ ଯବାନ ସଂଗ୍ରାମ ନାୟକ ଓ ଚିରଞ୍ଜିଵ ବେହେରାଙ୍କ କଥା। ଉଭୟଙ୍କ ସହଯୋଗ ଓ ସହାୟତାରେ ବରୀ ରମ୍ପା ଗାଁର ଅସହାୟ ଝିଅ ପଦ୍ମିନୀ ବେହେରାଙ୍କୁ ମିଳିଛି ନୂଆ ଜୀବନ ସାଥୀ ।

ପଦ୍ମିନୀଙ୍କ ବିବାହ ଠିକ ହୋଇସାରିଥିବା ବେଳେ ଅର୍ଥ ଅଭାବ ରୁ ବିବାହ ଭାଙ୍ଗିଯିବାକୁ ବସିଥିଲା । ବିହାରରେ ସଶସ୍ତ୍ର ସୀମାରେ ଯବାନ ଭାବେ କାର୍ଯ୍ୟରତ ସଂଗ୍ରାମ ଓ ଚିରଞ୍ଜିଵୀ ଏନେଇ ଖବର ପାଇ ଗାଁରେ ପହଞ୍ଚି ପଦ୍ମିନୀର ବିବାହ ପାଇଁ ସବୁ ବ୍ୟବସ୍ଥା କରିଥିଲେ । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସୁନା ଅଳଙ୍କାର ଠାରୁ ସମସ୍ତ ଆସବାଵ ପତ୍ର କିଣି ଝିଅକୁ ବିବାହ କରାଇଥିଲେ ।

ଯବାନଙ୍କ ସହଯୋଗରେ ବଡ଼ ଧୁମ ଧାମରେ ବିବାହ କାର୍ଯ୍ୟ ହୋଇଥିଲା । ଭୋଜିଭାତର ଆସର ମଧ୍ୟ ଜମିଥିଲା । ଉଭୟ ଯବାନ ସଂଗ୍ରାମ ଓ ଚିରଞ୍ଜିବିଙ୍କ ଏଭଳି ସାହାଯ୍ୟ ଓ ସହଯୋଗ ଦେଖି ରମ୍ପା ପଞ୍ଚାୟତ ଆନନ୍ଦପୁର ଗ୍ରାମର ଅନେକ ବଦାନ୍ୟ ବ୍ୟକ୍ତି ଆଗକୁ ଆସିଥିଲେ । ଆର୍ଥିକ ସାହାଯ୍ୟ ଓ ସହଯୋଗ ମଧ୍ୟ କରିଥିଲେ। ପଦ୍ମିନୀଙ୍କୁ ଉଭୟେ ନିଜ ଭଉଣୀ ବୋଲି ସ୍ୱୀକାର କରି ଏଭଳି ଏକ ମହତ କାମ କରିପାରିଛନ୍ତି ।

ଅସୁବିଧାରେ ପଡିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସହଯୋଗ କରିବା ପାଇଁ ଉଭୟ ଯବାନ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଯବାନ ମାନେ ସୀମାରେ ରହି ଦେଶବାସୀଙ୍କୁ କେବଳ ଶତ୍ରୁ ଦାଉରୁ ରକ୍ଷା କରିବା ଘଟଣା ଆମେ ଜାଣିଛୁ କିନ୍ତୁ ଜବାନଙ୍କ ଏଭଳି ବଦାନ୍ୟତା ଘଟଣା ଆଉ ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ଯବାନଙ୍କ ଏଭଳି ସାହାଯ୍ୟ ପାଇଁ ଧନ୍ୟବାଦ ଦେଇଛନ୍ତି ପଦ୍ମିନୀଙ୍କ ଭାଇ ଓ ସ୍ଥାନିୟ ବାସିନ୍ଦା ।
ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.