ETV Bharat / state

କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୁରିଛି 16 ବର୍ଷ, ନ୍ୟାୟ ଅପେକ୍ଷାରେ ମୃତକଙ୍କ ସମ୍ପର୍କୀୟ - ଯାଜପୁରରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ

କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୁରିଲା ୧୬ ବର୍ଷ । ଏଥିରେ ପ୍ରାଣ ହରାଇଥିବା ଆଦିବାସୀଙ୍କ ସ୍ମୃତିରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଶହୀଦ ସ୍ମୃତି ଦିବସ ପାଳନ । ହେଲେ ଆଜି ବି ନ୍ୟାୟ ନପାଇ କ୍ରୋଧରେ ଜର୍ଜରିତ ମୃତକଙ୍କ ସମ୍ପର୍କୀୟ । ଅଧିକ ପଢନ୍ତୁ

କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୁରିଛି 16 ବର୍ଷ, ନ୍ୟାୟ ଅପେକ୍ଷାରେ ମୃତକଙ୍କ ସମ୍ପର୍କୀୟ

author img

By

Published : Jan 2, 2022, 10:05 PM IST

ଯାଜପୁର: କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୁରିଲା ୧୬ ବର୍ଷ । ଏଥିରେ ପ୍ରାଣ ହରାଇଥିବା ଆଦିବାସୀଙ୍କ ସ୍ମୃତିରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଶହୀଦ ସ୍ମୃତି ଦିବସ ପାଳନ କରିଛି ବିସ୍ଥାପନ ବିରୋଧୀ ଜନମଞ୍ଚ । ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ଜନମଞ୍ଚ ପକ୍ଷରୁ ସ୍ମୃତିସଭା ଓ ଆଦିବାସୀଙ୍କ ପାରମ୍ପାରିକ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଛି । କେବଳ ଶହୀଦ ସ୍ତମ୍ଭ ଓ ମାୟାମଲିଙ୍ଗି ନିକଟରେ ପୂଜାର୍ଚ୍ଚନା କରାଯାଇ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୁରିଛି 16 ବର୍ଷ, ନ୍ୟାୟ ଅପେକ୍ଷାରେ ମୃତକଙ୍କ ସମ୍ପର୍କୀୟ

ପ୍ରତିବର୍ଷ ଏହାକୁ ବେଶ୍ ଧୁମଧାମରେ ପାଳନ କରାଯାଉଥିବାବେଳେ ଚଳିତବର୍ଷ କିନ୍ତୁ କଟକଣା, ସ୍ମୃତି କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିଛି । ଜନମଞ୍ଚ ପକ୍ଷରୁ ସ୍ମୃତିସଭା, ସମାବେଶ ଓ ଆଦିବାସୀ ପାରମ୍ପରିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି । କେବଳ କୋଭିଡ ନିୟମ ଅନୁଯାୟୀ ମାୟାମଲିଙ୍ଗି ଓ ଶହୀଦ ସ୍ତମ୍ଭ ନିକଟରେ ପୂଜାର୍ଚ୍ଚନା ସହ 108 କଳସ ଶୋଭାଯାତ୍ରା କରାଯାଇଛି ।

ସୂଚନା ଅନୁଯାୟୀ ଜାନୁଆରୀ 2, 2006 ମସିହାରେ ଟାଟା କମ୍ପାନୀର ଜମି ଅଧିଗ୍ରହଣକୁ ନେଇ ମୁହାଁମୁହିଁ ହୋଇଥିଲେ ସ୍ଥାନୀୟ ଆଦିବାସୀ ଓ ପୋଲିସ । ଏକପ୍ରକାର କୁରୁକ୍ଷେତ୍ର ପାଲଟିଯାଇଥିଲା କଳିଙ୍ଗନଗର । ପୋଲିସ ଗୁଳିରେ ଟଳି ପଡିଥିଲେ 14 ଜଣ ଆଦିବାସୀ । ସେପଟେ ଆଦିବାସୀଙ୍କ ତୀର ମାଡରେ ମଧ୍ୟ ଜଣେ ପୋଲିସ କର୍ମୀଙ୍କ ଜୀବନ ଯାଇଥିଲା । ସେତେବେଳେ ମୃତକଙ୍କ ପାପୁଲି କଟା ପ୍ରସଙ୍ଗ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଏଥିପାଇଁ ତଦନ୍ତ କମିଶନ ମଧ୍ୟ ବସିଥିଲା । ଘଟଣାର ନ୍ୟାୟିକ ତଦନ୍ତ ପାଇଁ ସରକାର ବିଭିନ୍ନ ଖଣ୍ଡପୀଠ ଗଠନ କରି ତଦନ୍ତ କରିଥିଲେ । ପରବର୍ତ୍ତୀ ସମୟରେ ଏହି ଘଟଣାରେ କାହାର ଦୋଷ ନଥିବା ସରକାର ଦର୍ଶାଇଥିଲେ ।

ତେବେ ଏହି ଘଟଣା ଧିରେ ଧିରେ ଲୋକଙ୍କ ମନରୁ ଲିଭୁ ଥିଲେ ମଧ୍ୟ ଏଥିରେ ପ୍ରାଣ ହରାଇଥିବା ଆତ୍ମୀୟମାନଙ୍କୁ ଆଜିବି ଝୁରୁଛନ୍ତି ପରିବାର ଲୋକେ । ସେଦିନର ସେହି ଲୋମ ଟାଙ୍କୁରା ଘଟଣା ଆଜି ବି ଆଖି ଆଗରେ ନାଚି ଉଠୁଛି । ମାୟାମଲିଙ୍ଗି ନିକଟରେ ପୂଜାର୍ଚ୍ଚନା କରିବାବେଳେ ଭାବବିହ୍ବଳ ହୋଇପଡୁଛନ୍ତି ଆତ୍ମୀୟ ସ୍ବଜନ । ସେପଟେ ପୋଲିସ ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ତେଣେ ଏହି ଶହୀଦ ସ୍ମାରକୀ କାର୍ଯ୍ୟକ୍ରମରେ ଝାଡଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜନି ସୋରେନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା ।

ତେବେ ଆଜି ବି ଏହି ଦିନକୁ ମନେପକାଇ ଦୁଃଖ ଆଉ କ୍ରୋଧରେ ଜର୍ଜରିତ ମୃତକଙ୍କ ସମ୍ପର୍କୀୟ । ଘଟଣାର ନ୍ୟାୟିକ ତଦନ୍ତ ସହ ନ୍ୟାୟ ପାଇଁ ସାଧାରଣରେ ଦାବି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.