ଯାଜପୁର: ଯାଜପୁର ଜିଲା ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ ହୋଇଛି । ଘଟଣା ଅନୁସାରେ ଦାନଗଦି ବ୍ଲକ ନିଉ ସିଆରିଆ ଗ୍ରାମର ସଲ୍ଲାଉଦ୍ଦିନଙ୍କ ପତ୍ନୀଙ୍କ ପ୍ରସବ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ୩ ଦିନ ପର୍ଯ୍ୟନ୍ତ ଡାକ୍ତରଖାନାରେ ରହିବା ପରେ ମଧ୍ୟ କୌଣସି ଚିକିତ୍ସା କରାଯାଇନଥିଲା ।
ପରେ ଏକ ମୃତ ଶିଶୁ ଜନ୍ମ ହୋଇଥିଲେ ମଧ୍ୟ ଡାକ୍ତର ଜାଣିଶୁଣି ଚିକିତ୍ସା ନ କରିବା ଫଳରେ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସଂପର୍କୀୟ । ଏନେଇ ମହିଳାଙ୍କ ସ୍ବାମୀ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ସେପଟେ ଘଟଣାର ତଦନ୍ତ କରାଯିବ ଓ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ଏଡିଏମଓ କହିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା , ଇଟିଭି ଭାରତ