ETV Bharat / state

ମହିଳା ଟ୍ରାଫିକ ପୋଲିସଙ୍କୁ ଟେକା ମାଡ, 2 ଗିରଫ - ମହିଳା ଟ୍ରାଫିକ ପୋଲିସ

ଚଣ୍ଡିଖୋଲ ଟ୍ରାଫିକ ଥାନା ପୋଲିସ ବିଜୟିନୀ ମଲ୍ଲଙ୍କୁ ଦୁର୍ବୃତ୍ତଙ୍କ ଟେକା ମାଡ଼ । ତଦନ୍ତ ଜାରି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Oct 10, 2019, 11:18 AM IST

Updated : Oct 10, 2019, 5:12 PM IST

ଯାଜପୁର: ଚଣ୍ଡିଖୋଲ ଟ୍ରାଫିକ ଥାନା ଇନ୍ସପେକ୍ଟର ବିଜୟିନୀ ମଲ୍ଲ ଆକ୍ରମଣ ଘଟଣାରେ 2 ଗିରଫ । ମଙ୍ଗଳବାର ରାତି ଡିୟୁଟିରେ ଥିବା ସମୟରେ ଇନ୍ସପେକ୍ଟର ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ହୋଇଥିଲେ ।

ମହିଳା ଟ୍ରାଫିକ ପୋଲିସଙ୍କୁ ଟେକା ମାଡ

ଗିରଫ ଅଭିଯୁକ୍ତ ହେଲେ ଧର୍ମଶାଳା ଥାନା ନେଉଳପୁର ଅଞ୍ଚଳର ସେକ ରିଜୁଆନ ଅଲି ଏବଂ ସେକ ସରିଫୁଲ ହକ। ମଙ୍ଗଳବାର ପ୍ରାୟ ରାତି ୯ଟା ସମୟରେ ବିଜୟିନୀ ଚଣ୍ଡିଖୋଲ ଛକ ନିକଟସ୍ଥ ମାଂସମରା ଛକରେ ଗାଡିଚେକିଂ କରୁଥିବା ବେଳେ ଏମାନେ ଢେଲାମାଡ଼ କରି ଫେରାର ହୋଇଯାଇଥିଲେ।

ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତୁରନ୍ତ ତାଙ୍କୁ ବଡ଼ଚଣା ମେଡିକାଲ ନିଆଯାଇ ଚିକିତ୍ସା କରାଯିବା ସହ ତାଙ୍କ ମୁଣ୍ଡରେ 6ଟି ଷ୍ଟିଜ ଲାଗିଥିଲା। ଏନେଇ ସେ ବଡ଼ଚଣା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଚଳାଇଥିଲା।

ତେବେ ପୁଲିସ ଆଜି ଆକ୍ରମଣକାରୀ ଅଭିଯୁକ୍ତ ଦୁହିଁଙ୍କୁ ନେଉଳପୁରରୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ତେବେ ପୁଲିସ ଯାଞ୍ଚ ସମୟରେ ଟ୍ରାଫିକ ଇନ୍ସପେକ୍ଟରଙ୍କ ସହ ଯୁକ୍ତିତର୍କ ହେବାରୁ ଏଥିରେ ଉତକ୍ଷିପ୍ତ ହୋଇ ଆକ୍ରମଣ କରିଥିବା ଅଭିଯୁକ୍ତ ସ୍ବୀକାର କରିଥିବା ବଡ଼ଚଣା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ଯାଜପୁର: କାର୍ଯ୍ୟରତ ଥିବା ବେଳେ ଦୁର୍ବୃତଙ୍କ ଟେକା ମାଡ଼ରେ ମହିଳା ଟ୍ରାଫିକ ଇନ୍ସପେକ୍ଟର ଆହତ । ଆହତ ହେଲେ ଚଣ୍ଡିଖୋଲ ଟ୍ରାଫିକ ଥାନା ଇନ୍ସପେକ୍ଟର ବିଜୟିନୀ ମଲ୍ଲ । ଗତ କାଲି ରାତି ୯ ଟାରେ ସେ ଚଣ୍ଡିଖୋଲ ଛକ ନିକଟସ୍ଥ ମାଂସମରା ଛକରେ ଗାଡିଚେକିଂ କରୁଥିବା ବେଳେ କେହି ଦୁର୍ବୃତ ତାଙ୍କୁ ଟେକାମାଡ଼ କରିଥିଲା । ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତୁରନ୍ତ ତାଙ୍କୁ ବଡ଼ଚଣା ମେଡିକାଲ ନିଆଯାଇ ଚିକିତ୍ସା କରାଯାଇଛି । ତେବେ ତାଙ୍କ ମୁଣ୍ଡରେ 6ଟି ଷ୍ଟିଜ ଲାଗିଥିବା ଜଣାପଡିଛି । ଏନେଇ ସେ ବଡ଼ଚଣା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ ଚଳାଇଛି ।ଏହି ଘଟଣା ରେ 2 ଜଣଙ୍କୁ ସନ୍ଦେହ ରେ ଅଟକ ରଖି ପଚରା ଉଚୁରା କରୁଛି ବଡ଼ଚଣା ପୋଲିସ।Body:NewsConclusion:
Last Updated : Oct 10, 2019, 5:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.