ଯାଜପୁର: ଜିଲ୍ଲା ଜେନାପୁର ଥାନା ମାଳହାଟ ଅଞ୍ଚଳରେ ନକଲି ଜର୍ଦ୍ଦା କାରଖାନା ଠାବ ହେବା ସହ ବିପୁଳ ପରିମାଣର ନକଲି ଜର୍ଦ୍ଦା ଓ ପ୍ରସ୍ତୁତିର୍ ବ୍ୟବହାର କରାଯାଥିବା ବିଭିନ୍ନ ସରଞ୍ଜାମ ଜବତ କରିଛି ପୋଲିସ । ଏହି ବେଆଇନ କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।
ମାଳହାଟ ଗ୍ରାମରେ ନକଲି ଜର୍ଦ୍ଦା ପ୍ରସ୍ତୁତ ହେଉଥିବା ଯାଜପୁର ଏସଡିପିଓ ଚିନ୍ମୟ କୁମାର ନାୟକ ଖବର ପାଇ ଆଜି ଭୋର ସମୟରେ ଏହି ଚଢାଉ କରିଥିଲେ । କିଛି ଦିନ ତଳେ ଛତିଆ ବିଦ୍ୟାଧରପୁର ଅଞ୍ଚଳରୁ ଏସଟିଏଫ ଚଢ଼ାଉ କରି ବିପୁଳ ପରିମାଣରେ ନକଲି ଜର୍ଦ୍ଦା ଓ ଯନ୍ତ୍ରାଂଶ ଜବତ କରିଥିଲା । ତେବେ ଦୀର୍ଘଦିନ ଧରି ସମ୍ପୃକ୍ତ ଅଞ୍ଚଳରେ ବ୍ୟବସାୟୀମାନେ ଏହି ବେଆଇନ କାରବାର ଚଳାଇ ଆସୁଥିବା ବେଳେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ