ETV Bharat / state

ପରିବହନ ବିଭାଗର ତତ୍ପରତା; ଦିନକରେ ଆଦାୟ ହେଲା ଏକ ଲକ୍ଷ

ପାରିବା ପଣିଆ ଦେଖାଇଛି ପରିବହନ ବିଭାଗ । ସଡ଼କ ସୁରକ୍ଷା ପାଇଁ ଆରମ୍ଭ କରିଛି ବ୍ୟାପକ ବ୍ୟବସ୍ଥା । ସହରର ଅନେକ ସ୍ଥାନରେ ଗାଡ଼ି ଅଟକାଇ ଯାଞ୍ଜ କରିବା ସହ ଜୋରିମନା ମଧ୍ୟ ଆଦାୟ କରିଛି ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Aug 19, 2019, 5:51 PM IST

ଯାଜପୁର: ସଡକ ସୁରକ୍ଷା ପାଇଁ ପ୍ରଶାସନ ଆରମ୍ଭ କରିଛି ବ୍ୟାପକ ବ୍ୟବସ୍ଥା । ଜିଲ୍ଲା ପରିବହନ ବିଭାଗ ଦେଖାଇଛି ତତ୍ପରତା । ପୋଲିସ ସହାୟତାରେ ସହରର ବିଭିନ୍ନ ସ୍ଥାନରେ ଗାଡିର ପିଂଟନେସ, ସିଟବେଲ୍ଟ ଚେକ,ପରମିଟ୍, ହେଲମେଟ୍, ଇନ୍ସୁରାନ୍ସ ଆଦି ଯାଞ୍ଚ କରାଯାଉଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଏଥି ସହିତ ସ୍କୁଲ ବସ ଓ ଗାଡି ଗୁଡିକରେ ଆବଶ୍ୟକତା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ତାଗିଦ ମଧ୍ୟ କରାଯାଇଛି । ସେହିପରି ଯାଜପୁରରୁ କଟକ ଓ ଭୁବନେଶ୍ବର ଅଭିମୁଖେ ଯାଉଥିବା ବସ ଗୁଡିକୁ ପାଣିକୋଇଲି ନିକଟରେ ତନଖି କରାଯାଇଥିଲା । ସେମାନଙ୍କୁ ନିଜ ନିଜ ପରମିଟ୍ ଅନୁଯାୟୀ ଯାତ୍ରା କରିବାକୁ ନିର୍ଦେଶ ଦେଇଛି ବିଭାଗ ।

ସୁରକ୍ଷା ଆଇନକୁ ଅବମାନନା କରୁଥିବା 31 ଗାଡି ଚାଳକଙ୍କ ଠାରୁ ମୋଟ 1ଲକ୍ଷ 23 ହଜାର 644 ଟଙ୍କା ଜୋରିମନା ଆକାରରେ ଆଦାୟ କରାଯାଇଛି । ଜୁନିୟର ଏମଭିଆଇ ବସନ୍ତ କୁମାର ସେନାପତିଙ୍କ ନେତୃତ୍ବରେ ପରିବହନ ବିଭାଗ,ପୋଲିସ ପକ୍ଷରୁ ଏହି ଧରପକଡ ଜାରି ରହିଛି । ଏଭଳି ଯାଞ୍ଚ ପକ୍ରିୟା ନିୟମିତ ଜାରି ରହିଲେ ବେପରୁଆ ଗାଡିଚାଳକ ମାନେ ସାବଧାନ ହେବେ ବୋଲି ମତପ୍ରକାଶ କରିଛନ୍ତି କେତେକ ବୁଦ୍ଧିଜୀବି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:slug-Road_safety
format-AVO
reporter-Gyanaranjan ojha
place-jajpur
date-19.08.19
anchor---ଯାଜପୁରରେ ସଡକ ସୁରକ୍ଷା ପାଇଁ ବ୍ୟାପକ ଧରପକଡ ଆରମ୍ଭ ହୋଇଯାଇଛି । ଜିଲା ପରିବହନ ବିଭାଗ ପକ୍ଷରୁ ପୁଲିସ ସହାୟତାରେ ସହରର ବିଭିନ୍ନ ସ୍ଥାନରେ ଗାଡିର ପିଂଟ୍ନେସ, ସିଟବେଲ୍ଟ, ପରମିଟ୍,ହେଲମେଟ୍,ଇନ୍ସୁରାନ୍ସ ଆଦି ଯାଂଚ କରାଯାଉଛି । ଜୁନିୟର ଏମଭିଆଇ ବସନ୍ତ କୁମାର ସେନାପତିଙ୍କ ନେତୃତ୍ୟରେ ପରିବହନ ବିଭାଗ,ପୋଲିସ ପକ୍ଷରୁ ଏହି ଧରପକଡ ଜାରି ରହିଛି । ଏଥି ସହିତ ସ୍କୁଲ ବସ ଓ ଗାଡି ଗୁଡିକରେ ଆବଶ୍ୟକତା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ତାଗିଦ ମଧ୍ୟ କରାଯାଇଛି । ସେହିପରି ଯାଜପୁରରୁ କଟକ ଓ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବସ ଗୁଡିକ ପାଣିକୋଇଲି ଦେଇ ଯାଉନଥିବା ଗାଡିକୁ ତନଖି କରାଯାଇଥିଲା । ସେମାନଙ୍କୁ ନିଜ ନିଜ ପରମିଟ୍ ଅନୁଯାୟୀ ଯାତ୍ରା କରିବାକୁ ନିର୍ଦ୍ଧେଶ ଦିଆଯିଆ ଯାଇଥିଲା । ଏଥି ସହିତ ବିଭିନ୍ନ ସୁରକ୍ଷା ଆଇନ ମାନୁନଥିବା ୩୧ ଗାଡି ଚାଳକଙ୍କ ଠାରୁ ମୋଟ ୧ଲକ୍ଷ ୨୩ ହଜାର ୬୪୪ ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଏଭଳି ନିୟମିତ ଯାଂଚ କଲେ ବେପରୁଆ ଗାଡିଚାଳକ ମାନେ ସାବଧାନ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।
Body:NewsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.