ETV Bharat / state

ଦୁର୍ନୀତି ଅଭିଯୋଗରେ ୩ ସରକାରୀ କର୍ମଚାରୀ ନିଲମ୍ବିତ - government employees

ଯାଜପୁର ବିଂଝାରପୁର ବ୍ଲକ ଜରି ପଞ୍ଚାୟତରେ ବିଭିନ୍ନ ସରକାରୀ ଯୋଜନାରେ ଅବହେଳା ନେଇ ୩ ସରକାରୀ କର୍ମଚାରୀ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର । ଅଧିକ ପଢନ୍ତୁ...

ଯାଜପୁର  ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର
ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର
author img

By

Published : Aug 8, 2021, 2:34 PM IST

ଯାଜପୁର: ରାଜ୍ୟରେ ଦୁର୍ନୀତିରେ ଜଡିତ ଲୋକସଂଖ୍ୟା କିଛି କମ ନାହିଁ । ଉପର ଅଫିସରଙ୍କଠାରୁ ନେଇ ତଳ ଅଫିସର ସମସ୍ତେ ଦୁର୍ନୀତିରେ ଲିପ୍ତ ରହୁଛନ୍ତି । ଯାଜପୁର ବିଂଝାରପୁର ବ୍ଲକ ଜରି ପଞ୍ଚାୟତରେ ବିଭିନ୍ନ ସରକାରୀ ଯୋଜନାରେ ଅବହେଳା ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ଜଡିତ ତିନି ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ଯାଜପୁର ଜିଲ୍ଲାପାଳ ।

ଦୁର୍ନିତି ଅଭିଯୋଗରେ ୩ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ

ବିଂଝାରପୁର ବ୍ଲକରେ ବିଭିନ୍ନ ଯୋଜନାର ଅବହେଳା ହେଉଥିବା ନେଇ ଆଗରୁ ଅଭିଯୋଗ ହୋଇ ଆସୁଥିଲା । ଅଭିଯୋଗ ଭିତ୍ତିରେ ତଦନ୍ତ ଆରମ୍ଭ ହୋଇଥିଲା । ଯୋଜନାରେ କିଛି ସରକାରୀ କର୍ମଚାରୀ ଖାମଖିଆଲି କରୁଥିବା ଦେଖିବାକୁ ମିଳିଥିଲା । ଅନେକ ଯୋଜନାକୁ ବାଟମାରଣା କରାଯାଉଥିଲା ।

ଏନେଇ ପଞ୍ଚାୟତ ପିଇଓ ପ୍ରକାଶ ଜେନା, ଜିଆରଏସ ପାର୍ଥ ଛାଟୋଇ ଏବଂ କନିଷ୍ଠ ଯନ୍ତ୍ରୀ ତୁଷାର ପାତ୍ରଙ୍କୁ ନିଲମ୍ବିତ କରିଛନ୍ତି । ଯୋଜନାରେ ଅବହେଳା ନେଇ ସମିତି ସଭ୍ୟ ଭୁବନାନନ୍ଦ ସାମଲ ଧାରଣା ଦେବା ସହିତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରିବା ପରେ ଜିଲ୍ଲାପାଳ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.