ETV Bharat / state

ବଡ ଭାଇକୁ ଉଦ୍ଧାର କରିବାକୁ ଯାଇ ସାନ ଭାଇ ନିଖୋଜ

ବୁଢା ନଦୀରେ ବୁଡି ଯାଉଥିବାବେଳେ ସାନ ଭାଇକୁ ବଞ୍ଚାଇବାକୁ ଯାଇ ବଡ଼ ଭାଇ ନିଖୋଜ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି । ଅଧିକ ପଢନ୍ତୁ...

author img

By

Published : Jun 12, 2021, 5:41 PM IST

ବଡ ଭାଇକୁ ଉଦ୍ଧାର କରିବାକୁ ଯାଇ ସାନ ଭାଇ ନିଖୋଜ
ବଡ ଭାଇକୁ ଉଦ୍ଧାର କରିବାକୁ ଯାଇ ସାନ ଭାଇ ନିଖୋଜ

ଯାଜପୁର: ସାନ ଭାଇକୁ ବଞ୍ଚାଇବାକୁ ଯାଇ ବଡ଼ ଭାଇ ନଦୀରେ ବୁଡି ନିଖୋଜ । ଯାଜପୁର ସଦର ଥାନା ମଙ୍ଗଳପୁର ନିକଟରେ ବୈତରଣୀ ନଦୀର ଶାଖା ବୁଢା ନଦୀରେ ଘଟିଛି ଏହି ଅଘଟଣ । ନିଖୋଜ ଜଣକ ହେଉଛନ୍ତି ସ୍ଥାନୀୟ ଚଇନପୁର ଗୁରୁଦାସପୁର ଗାଁ ର ନିହାର ପ୍ରସାଦ ନାୟକ । ସେ କେନ୍ଦ୍ରାପଡା କଲେଜରେ ଅଧ୍ୟାପକ ଅଛନ୍ତି ।

ସେ ଏକ ଶୁଦ୍ଧିକ୍ରିୟା କାମରେ ଆସିଥିବାବେଳେ ନିହାରଙ୍କ ସାନ ଭାଇ ରାମେଶ୍ୱର ନଦୀରେ ଗାଧୋଉଥିବାବେଳେ ବୁଡି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ନିହାର ନଦୀରେ ବୁଡି ଯାଇଥିଲେ । ଗ୍ରାମବାସୀ ଖୋଜା ଖୋଜି କରି ବିଫଳ ହେବା ପରେ ଦମକଳ ବାହିନୀଙ୍କୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ବହୁ ଖୋଜା ଖୋଜି ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୁଇ ଭାଇଙ୍କର କୌଣସି ପତ୍ତା ମିଳିପାରି ନାହିଁ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.