ETV Bharat / state

ଯାଜପୁରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ବଜାର ସମୟ ପରିବର୍ତ୍ତନ କଲେ ଜିଲ୍ଲା ପ୍ରଶାସନ

author img

By

Published : Jul 1, 2020, 12:10 PM IST

ଯାଜପୁରରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ଜିଲ୍ଲା ପ୍ରଶାସନ ନିୟମରେ କିଛି ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ସକାଳ 7 ରୁ ରାତି 7 ପର୍ଯ୍ୟନ୍ତ ବଜାର ଖୋଲା ରହୁଥିବା ବେଳେ , ଆଜି ଠାରୁ ସକାଳ 6 ରୁ ଅପରାହ୍ନ 1 ଟା ପର୍ଯ୍ୟନ୍ତ ବଜାର ଖୋଲା ରହିବ ବୋଲି ଜଣାପଡିଛି ।

ଯାଜପୁରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ବଜାର ସମୟ ପରିବର୍ତ୍ତନ କଲେ ଜିଲ୍ଲା ପ୍ରଶାସନ
ଯାଜପୁରରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ବଜାର ସମୟ ପରିବର୍ତ୍ତନ କଲେ ଜିଲ୍ଲା ପ୍ରଶାସନ

ଯାଜପୁର: ଜିଲ୍ଲାରେ ତିନି ଦିନରେ 100 ରୁ ଅଧିକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 513ରେ ପହଞ୍ଚିଛି । ଫଳରେ ଜିଲ୍ଲା ପ୍ରଶାସନ କୋରୋନା କଟକଣାରେ କିଛି ପରିବର୍ତ୍ତନ କରିଛନ୍ତି । ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ସମ୍ବାଦଦାତା...

ବଜାର ସମୟରେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ସକାଳ 7 ରୁ ରାତି 7 ପର୍ଯ୍ୟନ୍ତ ବଜାର ଖୋଲା ରହୁଥିବା ବେଳେ , ଆଜି ଠାରୁ ସକାଳ 6 ରୁ ଅପରାହ୍ନ 1 ଟା ପର୍ଯ୍ୟନ୍ତ ବଜାର ଖୋଲା ରହିବ । ସେପଟେ ଏହି ନିୟମକୁ କିଛି ଲୋକ ପସନ୍ଦ କରୁନଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ 10ଟି ବ୍ଲକରୁ ୬ଟି ବ୍ଳକରେ କୋରୋନା ସଂକ୍ରମଣ ଦେଖା ଦେଇଥିବା ବେଳେ ଆଉ 4 ଟି ବ୍ଲକରେ କୋରୋନା ସଂକ୍ରମଣ ହୋଇ ନଥିବାରୁ ଏଥିପାଇଁ ଜିଲ୍ଲାପ୍ରଶାସନ ସ୍ବତନ୍ତ୍ର ନିୟମ ଲାଗୁ କରିବାକୁ ଦାବି କରୁଛନ୍ତି ।

ଅନ୍ୟପଟରେ ଜିଲ୍ଲାରରେ ପ୍ରତ୍ୟେକ ଦିନ କୋରୋନା ସଂକ୍ରମଣ ବଢିବାକୁ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ। ଏଥିପାଇଁ ପ୍ରତ୍ୟେକ ଦିନ କିଛି ନା କିଛି ନିୟମର ପରିବର୍ତ୍ତନ କରାଯାଉଥିବା ଦେଖିବାକୁ ମିଳିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.