ETV Bharat / state

ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯାଜପୁର ସାଂସଦ, ପ୍ରସ୍ତାବିତ ରେଳଷ୍ଟେସନ ନାଁ ପରିବର୍ତ୍ତନ ପାଇଁ ଦାବି

ଯାଜପୁରରେ ପ୍ରସ୍ତାବିତ ରେଳଷ୍ଟେସନର ପରିବର୍ତ୍ତନ କରିବାକୁ ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଲେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ। ରେଳ ଷ୍ଟେସନର ନାମ ରତ୍ନଗିରି ରୋଡ଼ ରେଳ ଷ୍ଟେସନ ରଖା ଯାଇଛି। ଅଧିକ ପଢ଼ନ୍ତୁ...

ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯାଜପୁର ସାଂସଦ, ପ୍ରସ୍ତାବିତ ରେଳଷ୍ଟେସନର ନାଁ ପରିବର୍ତ୍ତନ ପାଇଁ ଦାବି

author img

By

Published : Nov 22, 2020, 6:23 PM IST

ଯାଜପୁର: ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଯାଜପୁର ଜିଲ୍ଲା ଦେଇ ଯାଇଥିବା ପାରାଦୀପ-ହରିଦାସପୁର ରେଳପଥ । ଏହି ରେଳପଥ ଉଭୟ ରତ୍ନଗିରି ଓ ଉଦୟଗିରି ଯଥା ବୌଦ୍ଧ ବିହାରକୁ ସଂଯୋଗ କରୁଛି। ଏହି ଅଞ୍ଚଳରେ ଏକ ରେଳ ଷ୍ଟେସନ ନିର୍ମାଣ କରାଯିବ। ରେଳ ଷ୍ଟେସନର ନାମ ରତ୍ନଗିରି ରୋଡ଼ ରେଳ ଷ୍ଟେସନ ରଖା ଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ। ଏହି ରେଳ ଷ୍ଟେସନ ନାମ ବଦଳାଇବାକୁ ଦାବି କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଯାଜପୁର ସାଂସଦ।

ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯାଜପୁର ସାଂସଦ, ପ୍ରସ୍ତାବିତ ରେଳଷ୍ଟେସନର ନାଁ ପରିବର୍ତ୍ତନ ପାଇଁ ଦାବି
ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯାଜପୁର ସାଂସଦ, ପ୍ରସ୍ତାବିତ ରେଳଷ୍ଟେସନର ନାଁ ପରିବର୍ତ୍ତନ ପାଇଁ ଦାବି

ପ୍ରସ୍ତାବିତ ରେଳଷ୍ଟେସନର ନାଁ ରତ୍ନଗିରି ରୋଡ଼ ବଦଳରେ ଉଦୟଗିରି-ରତ୍ନଗିରି ରୋଡ଼ ରେଲୱେ ଷ୍ଟେସନ ରଖିବାକୁ ଦାବି କରିଥିଲେ ସ୍ଥାନୀୟ ଲୋକେ। ରେଳଷ୍ଟେସନର ନାମ ଉଦୟଗିରି-ରତ୍ନଗିରି ରହିଲେ ଉଭୟ ଅଞ୍ଚଳର ବିକାଶ ହୋଇ ପାରିବ ବୋଲି ସ୍ଥାନିୟ ଲୋକେ କହିଛନ୍ତି। ଏହାସହ ବୌଦ୍ଧ ବିହାର ସମଗ୍ର ବିଶ୍ବରେ ପରିଚୟ ସୃଷ୍ଟି କରି ପାରିବ ବୋଲି ଆଶା କରିଛନ୍ତି ସ୍ଥାନୀୟ ଲୋକେ। ସ୍ଥାନୀୟ ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ସାଂସଦ ଶର୍ମିଷ୍ଠା ସେଠୀ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଏହି ଚିଠି ଲେଖିଛନ୍ତି। ରେଳମନ୍ତ୍ରୀ ଓ ପୂର୍ବତଟ ରେଳପଥ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିଠି ଲେଖିଛନ୍ତି ସାଂସଦ। ଏଥିରେ ପ୍ରସ୍ତାବିତ ଏକ ରେଳଷ୍ଟେସନର ନାମ ପରିବର୍ତ୍ତନ କରିବାକୁ ନିବେଦନ କରାଯାଇଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.