ETV Bharat / state

ଧାନକିଣା ବନ୍ଦ ପ୍ରତିବାଦରେ ଜିଲାପାଳଙ୍କୁ ଭେଟିଲେ ଚାଷୀ

ଯାଜପୁର ଜିଲ୍ଲା ଅହିୟାସ ସମବାୟ ସମିତିରେ ଧାନ କିଣା ବନ୍ଦ ପ୍ରତିବାଦରେ ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଅଧିକ ପଢନ୍ତୁ...

author img

By

Published : Apr 7, 2021, 10:37 PM IST

ଧାନକିଣା ବନ୍ଦ ପ୍ରତିବାଦରେ ଜିଲାପାଳଙ୍କୁ ଭେଟିଲେ ଚାଷୀ
ଧାନକିଣା ବନ୍ଦ ପ୍ରତିବାଦରେ ଜିଲାପାଳଙ୍କୁ ଭେଟିଲେ ଚାଷୀ

ଯାଜପୁର: ଅହିୟାସ ସମବାୟ ସମିତିରେ ଧାନ କିଣା ବନ୍ଦ ପ୍ରତିବାଦରେ ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଚାଷୀଙ୍କ ପାଖକୁ ଟୋକନ ଆସିଥିଲେ ହେଁ ଧାନ ନେବା ପାଇଁ କୌଣସି ମିଲ ମାଲିକ ନ ଆସିବାରୁ ଧାନ ସମବାୟ ସମିତି ଆଗରେ ଖତ ଖାଇଲାଣି ।

ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ସମବାୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ଚାଷୀ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଭେଟିଛନ୍ତି । ଜିଲ୍ଲାପାଳ ଚାଷୀମାନଙ୍କ ସହିତ ଆଲୋଚନା କରିବା ସହିତ ଧାନ ସଂଗ୍ରହ ବର୍ତ୍ତମାନ ବନ୍ଦ ରହିଥିବା ସୂଚନା ଦେଇଥିଲେ । ତେବେ ବିଭାଗୀୟ ଅଧିକାରୀଙ୍କୁ ଏହାର ତଦନ୍ତ କରାଯିବା ପାଇଁ ନିର୍ଦ୍ଦେଶ ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.