ETV Bharat / state

ଲକଡାଉନରେ ଫସିଥିବା ଯାଜପୁର ଜିଲ୍ଲାବାସୀଙ୍କୁ ସାହାଯ୍ୟ କରିବ ପ୍ରଶାସନ

author img

By

Published : Mar 30, 2020, 2:40 PM IST

ଲକଡାଉନ ପାଇଁ ରାଜ୍ୟ ବାହାରେ ଫସିଥିବା ଯାଜପୁର ଅଧିବାସୀଙ୍କୁ ସାହାଯ୍ୟ କରିବ ଜିଲ୍ଲା ପ୍ରଶାସନ । ୫ଟି ହେଲପ୍ ଲାଇନ ନମ୍ବର ଜାରି । କୋରୋନାର ମୁକାବିଲା ପାଇଁ ଯାଜପୁରର ବହୁ ବଦାନ୍ୟ ବ୍ୟକ୍ତି ଜିଲା ପ୍ରଶାସନକୁ ଆର୍ଥିକ ସହାୟତା ପ୍ରଦାନ । ଅଧିକ ପଢନ୍ତୁ....

The district administration will help the people of Jajpur who are trapped outside the state
ଲକ ଡାଉନରେ ଫସି ଥିବା ଯାଜପୁର ଅଧିବାସୀଙ୍କୁ ସାହାଯ୍ୟ କରିବ ଜିଲ୍ଲା ପ୍ରଶାସନ

ଯାଜପୁର: ଲକଡାଉନ ପାଇଁ ରାଜ୍ୟ ବାହାରେ ଫସି ଥିବା ଯାଜପୁର ଅଧିବାସୀଙ୍କୁ ସାହାଯ୍ୟ କରିବ ଜିଲ୍ଲା ପ୍ରଶାସନ । ଜିଲ୍ଲାର ଅଧିବାସୀ ଯଦି ରାଜ୍ୟ କିମ୍ବା ରାଜ୍ୟ ବାହାରେ ଫସିଛନ୍ତି ,ତେବେ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଛି ପ୍ରଶାସନ । ଏ ନେଇ ପ୍ରଶାସନ ପକ୍ଷରୁ ୫ଟି ହେଲପ୍ ଲାଇନ ନମ୍ବର ଜାରି କରିଛି ପ୍ରଶାସନ ।

ସେହି ନମ୍ବର ଗୁଡିକ ହେଲା ୦୬୭୨୮ ୨୨୨୦୦୧, ୮୮୯୫୨୬୬୩୪୦, ୮୯୧୭୬୮୧୩୪୩, ୭୦୬୫୭୪୨୮୦୦, ୮୮୯୫୫୧୨୧୯୦ । ବର୍ତମାନ ସମୟରେ ସାରା ଦେଶରେ ଲକ ଡାଉନ ଜାରି ରହିଥିବାରୁ ରାଜ୍ୟ ବାହାରୁ ଅନେକ ଯାଜପୁରବାସୀ ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିବେଦନ କରିବା ପରେ ପ୍ରଶାସନ ପକ୍ଷରୁ ଏଭଳି ଉଦ୍ୟମ ଆରମ୍ଭ ହୋଇଛି । ସେପଟେ, କୋରୋନାର ମୁକାବିଲା ପାଇଁ ଯାଜପୁରର ବହୁ ବଦାନ୍ୟ ବ୍ୟକ୍ତି ଜିଲା ପ୍ରଶାସନକୁ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ବିର୍ଜା କେବୁଲ ସଂସ୍ଥା ପକ୍ଷରୁ ୨୫ ହଜାର,ସ୍ବଚ୍ଛାସେବୀ ଅନୁଷ୍ଠାନ ସହେଲୀ ପକ୍ଷରୁ ୨୦ ହଜାର,ବ୍ୟବସାୟୀ କିରନ ବେହେରା ୫୦ ହଜାର ଟଙ୍କା ଏବଂ ଲିଙ୍ଗେଶ୍ବର ଉନ୍ନୟନ କମିଟି ପକ୍ଷରୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥରେ ଜିଲ୍ଲାରେ କୋରୋନା ମୁକାବିଲା ହୋଉ ପାରିବ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.