ଯାଜପୁର: କ୍ବାରେଣ୍ଟାଇନ ସେଣ୍ଟର ରେ ଯୁବକଙ୍କ ମୃତ୍ୟୁ। ଏଭଳି ଅଘଟଣ ଦଶରଥପୁର ବ୍ଲକ ବିରୁଆଁ ପଞ୍ଚାୟତର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଘଟିଛି। କ୍ବାରେଣ୍ଟାଇନରେ ଥିବା ଜଣେ ବ୍ୟକ୍ତିଙ୍କର ହଠାତ୍ ଛାତି ଯନ୍ତ୍ରଣା ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ମୃତ ବ୍ୟକ୍ତି ଜଣଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟକ୍ତି ଜଣକ ହେଉଛନ୍ତି କୋଲକାତା ଫେରନ୍ତା । ନିକଟରେ ତାଙ୍କର ସ୍ବାବ୍ ଟେଷ୍ଟ ପାଇଁ ପଠାଯାଇଥିଲା । ରିପୋର୍ଟ ହସ୍ତଗତ ହୋଇନଥିବା ବେଳେ ପୋଲିସ୍ ପ୍ରଶାସନ ଦ୍ବାରା ଘଟଣାର ଅନୁସନ୍ଧାନ ଜାରି ରହିଛି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ