ETV Bharat / state

ବେଧଡକ ଚାଲିଛି ମାଫିଆ ରାଜ: ପାହାଡ ଫଟାଇ ଲୁଟ ହେଉଛି କଳାପଥର - bichhakhanda mountain black stone loot

ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡ ପାହାଡରେ ଚାଲିଛି ମାଫିଆଙ୍କ ରାଜ୍ । ବେଆଇନ୍ ଭାବେ ପାହାଡ ଫଟାଇ ମନଇଚ୍ଛା ଏଣେ ତେଣେ ଗଚ୍ଛିତ ରଖୁଛନ୍ତି କଳାପଥର । ଅଧିକ ପଢନ୍ତୁ...

df
ବେଧଡକ ଚାଲିଛି ମାଫିଆ ରାଜ: ପାହାଡ ଫଟାଇ ଲୁଟ ହେଉଛି କଳାପଥର
author img

By

Published : Jun 24, 2021, 6:39 AM IST

ଯାଜପୁର: ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡ ପାହାଡରେ ଚାଲିଛି ମାଫିଆଙ୍କ ରାଜ୍ । ବେଆଇନ୍ ଭାବେ ପାହାଡ ଫଟାଇ ମନଇଚ୍ଛା ଏଣେ ତେଣେ ଗଚ୍ଛିତ ରଖୁଛନ୍ତି କଳାପଥର । ସେହି କଳାପଥରକୁ ଭାଙ୍ଗି ଚୋରାରେ ବିକ୍ରି କରୁଛନ୍ତି ଶହ ଶହ ଟ୍ରିପ୍ ମେଣ୍ଟାଲ ଓ ଚିପ୍ସ । ଆଉ ସରକାରଙ୍କୁ କୋଟି କୋଟି ଟଙ୍କା ରାଜସ୍ବ ଫାଙ୍କି ମାଲାମାଲ ହେଉଛନ୍ତି ମାଫିଆ । କେତେବେଳେ ସରକାରୀ ଜମି ଜବର ଦଖଲ କରି ଏହି ବେପାର ଚଳାଉଛନ୍ତି ତ ଆଉ କେତେବେଳେ ବ୍ୟକ୍ତିଗତ ଜମିକୁ କବଜା କରି ସେଠାରେ ଏଭଳି ବେଆଇନ କାର୍ଯ୍ୟ ଚଳାଇ ଆସିଥିବା ଅଭିଯୋଗ ହୋଇଛି । ଆଉ ସରକାରଙ୍କୁ କୋଟି କୋଟି ଟଙ୍କା ରାଜସ୍ବ ଫାଙ୍କି ଚଳାଇ ଆସିଛନ୍ତି ଏଭଳି ବେଆଇନ୍ କାରବାର । ଏହି କଳାପଥର ଖଣ୍ଡ ଗୁଡିକୁ ଏଣେ ତେଣେ ଗଚ୍ଛିତ ରଖି ଚଳାଇଛନ୍ତି ବେପାର । ଏହା ପ୍ରତିବାଦରେ ତେଜୁଛି ଜନ ଆନ୍ଦୋଳନ । ସେପଟେ ଜିଲ୍ଲାପାଳ କହିଲେ ଏଭଳି ବେଆଇନ୍ କାର୍ଯ୍ୟ ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ବେଧଡକ ଚାଲିଛି ମାଫିଆ ରାଜ: ପାହାଡ ଫଟାଇ ଲୁଟ ହେଉଛି କଳାପଥର

ବିଛାଖଣ୍ଡ ପାହାଡ କଳାପଥର ଖାଦାନ ଗୁଡିକରେ ମାଫିଆଙ୍କ ରାଜୁତି ଚାଲିଛି । ଜୋର ଯାର ମୁଲକ ତାର ନିତିରେ ଯିଏ ଯେଉଁଠି ଚାହିଁଲା କାରବାର କରିଚାଲିଲା । ବାରମ୍ବାର ଏଠି ସେଠି ଅଭିଯୋଗ କରି ବି ଏହାର କୌଣସି ସୁଫଳ ମିଳୁନି । ପ୍ରଶାସନ ଯେମିତି ଏଠି ନିଦାବିଷ୍ଣୁ ପାଲଟିଛି । ଫଳରେ ଲୋକେ ଡାକୁଛନ୍ତି ତ୍ରାହି ତ୍ରାହି । ପ୍ରତିବାଦ କଲେ ଧମକ୍ ମିଳୁଛି । ଭୟରେ ଲୋକେ ମୁହଁ ଖୋଲିବାକୁ ଭୟ କରୁଛନ୍ତି । ବେଆଇନ ଭାବେ ଏହି କାରବାର ଚାଲିଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ପରିବେଶ ଉପରେ ମଧ୍ୟ ଏହାର କୁପ୍ରଭାବ ପଡୁଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ସମ୍ପୃକ୍ତ ମାଫିଆ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ଏନେଇ ଜିଲ୍ଲାପାଳଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

କେବଳ ବିଛାଖଣ୍ଡ ନୁହେଁ ଏଣ୍ଡଳବା, ବଳରାମପୁର, ଅଞ୍ଜିରା, କବାଟବନ୍ଧ ପ୍ରଭୃତି ଆଖପାଖ ପଞ୍ଚାୟତର ଲୋକେ ମଧ୍ୟ ଏହାଦ୍ବାରା ପ୍ରଭାବିତ ହେଉଛନ୍ତି । ସ୍ଥାନୀୟ ଲୋକଙ୍କ ଭାବାବେଗକୁ ସମ୍ମାନ ଦେଇ ପ୍ରଶାସନ ତୁରନ୍ତ ଏ ଦିଗରେ ସଠିକ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.