ETV Bharat / state

ସମିତି ସଭ୍ୟଙ୍କୁ ଥାନାରେ ଅଟକ ଘଟଣା: SDPOଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନରୁ ହଟିଲା ବିଜେପି - କୋରେଇ ଥାନା ସମିତି ସଭ୍ୟଙ୍କୁ ଥାନାରେ ଅଟକ ଘଟଣା

କୋରେଇ ଥାନା ପଛିକୋଟ ପଞ୍ଚାୟତର ସମିତି ସଭ୍ୟଙ୍କୁ ଥାନାରେ ଅଟକ ଘଟଣାରେ ବିଜେପି କର୍ମୀ ଧାରଣା ଦେଇଥିବାବେଳେ ଏସଡ଼ିପିଓଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନରୁ ହଟିଲା ବିଜେପି। ଅଧିକ ପଢନ୍ତୁ...

ଏସଡ଼ିପିଓଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନରୁ ହଟିଲା ବିଜେପି

author img

By

Published : Jul 6, 2021, 12:09 PM IST

ଯାଜପୁର: କୋରେଇ ଥାନା ପଛିକୋଟ ପଞ୍ଚାୟତର ସମିତି ସଭ୍ୟଙ୍କୁ ଥାନାରେ ଅଟକ ଘଟଣା । ଏସଡ଼ିପିଓଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନରୁ ହଟିଲା ବିଜେପି। ସୂଚନା ମୁତାବକ ସମିତି ସଭ୍ୟ ନୀଳମାଧଵ ଚକ୍ରଙ୍କ ନାଁରେ ପଛିକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଅମୂଲ୍ୟ କୁମାର ନାୟକ ଅଭିଯୋଗ କରିଥିଲେ। ଡାକ୍ତର ନାୟକଙ୍କ ଅଭିଯୋଗ ମୁତାବକ ନୀଳମାଧବ ଚକ୍ର କୌଣସି ଏକ ଘଟଣାକୁ ନେଇ ଡାକ୍ତର ଅମୂଲ୍ୟ କୁମାର ନାୟକଙ୍କୁ ଦୁର୍ବ୍ୟବହାର କରିବା ସହିତ ତାଙ୍କର ମୋବାଇଲ ଫୋନକୁ ଛଡାଇ ନେଇଥିଲେ।

ଏସଡ଼ିପିଓଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନରୁ ହଟିଲା ବିଜେପି

ସେପଟେ ସମିତି ସଭ୍ୟ ନୀଳମାଧବ ଚକ୍ର ମଧ୍ୟ ଡାକ୍ତରଙ୍କ ନାଁରେ ପାଲଟା ଅଭିଯୋଗ କରିଥିଲେ। ମାତ୍ର ପୋଲିସ ଡାକ୍ତରଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ସମିତି ସଭ୍ୟକୁ ଅଟକ ରଖିଛି । ଜଣେ ସମିତି ସଭ୍ୟଙ୍କୁ ବେଆଇନ ଭାବେ ଅଟକ ରଖାଯାଇଥିବା ଅଭିଯୋଗ କରି ରବିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସମିତି ସଭ୍ୟଙ୍କୁ ଛାଡିବା ଓ ନ୍ୟାୟ ଦେବା ଦାବିରେ କୋରେଇ ବ୍ଲକର ଯୁବ, ମହିଳା ଓ ବରିଷ୍ଠ ବିଜେପି କର୍ମକର୍ତ୍ତାମାନେ ଧାରଣାରେ ବସି ରହିଥିଲେ ।

ଶେଷରେ ପରିସ୍ଥିତି ଅଣାୟତଃ ହେବାରୁ ଘଟଣାସ୍ଥଳରେ ଯାଜପୁର ରୋଡ ଏସଡିପିଓ ଚିନ୍ମୟ କୁମାର ନାୟକ ପହଞ୍ଚି ବିଜେପି କର୍ମୀଙ୍କୁ ବୁଝାସୁଝା କରିବା ସହିତ ସମିତି ସଭ୍ୟ ଦେଇଥିବା ଏତଲାକୁ ପୋଲିସ ଗ୍ରହଣ କରିବା ଫଳରେ ଆନ୍ଦୋଳନ ହଟିଥିଲା।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.