ETV Bharat / state

ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ

ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ । ସୋସିଆଲ ମିଡିଆ ମାଧ୍ୟମରେ ମୃତକଙ୍କ ପରିଚୟ ଜାଣିବାକୁ ଚେଷ୍ଟା ଚଳାଇଛି ପୋଲିସ । ଅଧିକ ପଢନ୍ତୁ...

author img

By

Published : May 17, 2021, 3:44 PM IST

Updated : Jun 19, 2021, 8:17 PM IST

ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ

ଯାଜପୁର: ପାଣିକୋଇଲି ଥାନା ଓଭରବ୍ରିଜ୍ ଉପରେ ଦୁର୍ଘଟଣା ଘଟି ସାଇକେଲ ଅରୋହୀ ମୃତ । ରାସ୍ତାରେ ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ୍ୟୁ ହୋଇଥିବା ବେଲେ ମୃତକଙ୍କ ପରିଚୟ ମିଳିପାରିନାହିଁ । ସୂଚନାନୁଯାୟୀ ଆଜି ସକାଳୁ ଜୈନିକ ବ୍ୟକ୍ତି ସାଇକେଲ ଯୋଗେ ପାଣିକୋଇଲି ଓଭରବ୍ରିଜ୍ ଉପର ରାସ୍ତା ଦେଇ ଆସୁଥିଲେ । ହଠାତ୍ ଭଦ୍ରକ ଆଡୁ ଆସୁଥିବା ଏକ ଅଜଣା ଗାଡି ସାଇକେଲ ଅରୋହୀଙ୍କୁ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ପାଣିକୋଇଲି ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଦାନଗଦି ଡାକ୍ତରଖାନାକୁ ପଠାଇଛନ୍ତି । ସେପଟେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନଥିବାରୁ ସୋସିଆଲ ମିଡିଆ ମାଧ୍ୟମରେ ମୃତ ବ୍ୟକ୍ତିଙ୍କର ପରିଚୟ ଜାଣିବାକୁ ଚେଷ୍ଟା ଚଳାଇଛି ପୋଲିସ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : Jun 19, 2021, 8:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.