ETV Bharat / state

ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀଙ୍କ ସଂଗୀନ ଅଭିଯୋଗ, କଲେଜରେ ଉତ୍ତେଜନା

author img

By

Published : Apr 11, 2022, 11:01 PM IST

ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ତାପସ ରଞ୍ଜନ ପଣ୍ଡା ଯୁକ୍ତ ୩ କଳା ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଏହାସହ ପାଖକୁ ଡାକି ଅଶ୍ଳୀଳ ସ୍ପର୍ଶ କରୁଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି । ଅଧିକ ପଡନ୍ତୁ

ଅଧ୍ୟାପକଙ୍କ ବିରୋଧରେ ସାଙ୍ଗାତିକ ଅଭିଯୋଗ ଆଣିଲେ ଛାତ୍ରୀ: କଲେଜରେ ଉତ୍ତେଜନା

ଯାଜପୁର: ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ର ଅଶାନ୍ତି । ଜଣେ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଇଥିବା ନେଇ ଅଧ୍ୟାପକଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି । ତେଣୁ, ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ର ଉତ୍ତେଜନା ଦେଖାଦେଇଛି । ଖବର ଅନୁଯାୟୀ ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ତାପସ ରଞ୍ଜନ ପଣ୍ଡା ଯୁକ୍ତ ୩ କଳା ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏହାସହ ପାଖକୁ ଡାକି ଅଡ୍ ଟଚ୍ ବା ଅଶ୍ଳୀଳ ସ୍ପର୍ଶ କରୁଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ।

ଅଧ୍ୟାପକଙ୍କ ବିରୋଧରେ ଛାତ୍ରୀଙ୍କ ସଂଗୀନ ଅଭିଯୋଗ, କଲେଜରେ ଉତ୍ତେଜନା

ଏନେଇ ପୂର୍ବରୁ ଭୟରେ ଛାତ୍ରୀ ଜଣକ କାହାକୁ କିଛି କହୁନଥିବା ବେଳେ ଆଜି (ସୋମବାର) ସାଙ୍ଗ ମାନଙ୍କୁ ଜଣାଇଥିଲେ । ପରେ ସାଙ୍ଗମାନେ ଏନେଇ ଆଜି କଲେଜ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିବା ସହ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହାର ତଦନ୍ତ କରାଯିବ ବୋଲି କଲେଜ ଅଧ୍ୟକ୍ଷ କହିଛନ୍ତି । ସେପଟେ ଏପରି ଅଭିଯୋଗକୁ ଅସ୍ବୀକାର କରିଛନ୍ତି ସମ୍ପୃକ୍ତ ଅଧ୍ୟାପକ । ଛାତ୍ରଛାତ୍ରୀମାନେ ତାଙ୍କ ଉପରେ ରାଗ ରଖି ଏପରି କରୁଥିବା ସେ କହିଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.