ETV Bharat / state

ଗୁରୁ ଦିବସରେ ଗୁରୁଙ୍କୁ ଏକାଠି କଲେ ବିଧାୟିକା

ବରୀ ବ୍ଳକର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଏକାଠି କରି ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସମସ୍ତଙ୍କ ପାଦ ଧରି ଆଶୀର୍ବାଦ ଭିକ୍ଷା କରିଥିଲେ ବିଧାୟିକା ସୁନନ୍ଦା ଦାସ । ଯାହାକି ସୃଷ୍ଟି କରିଛି ଏକ ନିଆରା ସମ୍ପର୍କ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Sep 5, 2019, 11:11 PM IST

ଯାଜପୁର: ବିଧାୟିକା ପାଳିଲେ ଗୁରୁ ଦିବସ । ପରେ ସମସ୍ତ ଗୁରୁଙ୍କୁ ଏକାଠି କରି ସମ୍ବର୍ଦ୍ଧିତ କଲେ ବରୀ ବିଧାୟିକା ସୁନନ୍ଦା ଦାସ । ଚାଳଘର ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ହୋଇଥିଲା ଗୁରୁ ପୂଜା ଉତ୍ସବ। ଯେଉଁଠି ଏକାଠି ହୋଇଥିଲେ ବରୀ ବ୍ଳକର ୭୦୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ। ସେମାନଙ୍କୁ ଗୋଟିଏ ମଣ୍ଡପରେ ସମ୍ବର୍ଦ୍ଧିତ କରିଥିଲେ ବିଧାୟିକା। ଶିକ୍ଷକ ମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରି ପ୍ରତ୍ୟେକ ଶିକ୍ଷକଙ୍କୁ ମାନପତ୍ର ଓ ଉତରୀୟ ପ୍ରଦାନ କରାଯାଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଚାଳଘର ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଏହି ସ୍ବତନ୍ତ୍ର ଉତ୍ସବରେ କେବଳ କାର୍ଯ୍ୟରତ ଶିକ୍ଷକ ନୁହେଁ ବରଂ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରୀ ବ୍ଳକର ଶିକ୍ଷାବିତ, ସ୍ବେଚ୍ଛାସେବୀ ଆଉ ବହୁ ସମାଜସେବୀ ଯୋଗ ଦେଇ ସଂସଦର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।

ରାଜନୈତିକ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ବଦ ଦେଇ ଗୁରୁ ପୂଜାନ ଭଳି ଏକ ମହତ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିପାରିଥିବାରୁ ବିଧାୟିକା ସୁନନ୍ଦା ଦାସଙ୍କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ଗୁରୁ ବ୍ରହ୍ମା,ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ୱର। ଗୁରୁ ହିଁ ସବୁ ସଫଳତାର ମୁଖ୍ୟ ଆଧାର । ସେଥିପାଇଁ ଯିଏ ଯେଉଁଠି ଥିଲେ ବି ଗୁରୁଙ୍କୁ ଭୁଲିବା ଉଚିତ ନୁହେଁ। ଯାହାକୁ ପ୍ରମାଣ କରିଛନ୍ତି ବରୀ ବିଧାୟିକା ସୁନନ୍ଦା ଦାସ। ସୁନନ୍ଦା ଜିତିବାର ୩ ମାସ ପରେ ଗୁରୁଙ୍କୁ ମନେ ପକାଇଛନ୍ତି ନିଜର ଅତି ଆପଣାର ଗୁରୁ ମାନଙ୍କୁ ।ବରୀ ବ୍ଳକର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଏକାଠି କରି ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସମସ୍ତଙ୍କ ପାଦ ଧରି ଆଶିର୍ବାଦ ଭିକ୍ଷା କରିଥିଲେ। ଯାହାକି ସୃଷ୍ଟି କରିଛି ଏକ ନିଆରା ସମ୍ପର୍କ।

Body:ଭିଓ-୧-ବିଧାୟିକା ପାଳିଲେ ଗୁରୁ ଦିବସ। ପରେ ସମସ୍ତେଙ୍କ ଗୁରୁଙ୍କୁ ଏକାଠି କରି ସମ୍ବର୍ଦ୍ଧିତ କଲେ ବରୀ ବିଧାୟିକା ସୁନନ୍ଦା ଦାସ। ଅବସର ଥିଲା ଚାଳଘର ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ହୋଇଥିଲା ଗୁରୁ ପୂଜା ଉତ୍ସବ। ଯେଉଁଠି ଏକାଠି ହୋଇଥିଲେ ବରୀ ବ୍ଳକର ୭୦୦ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀ। ସେମାନଙ୍କୁ ଗୋଟିଏ ମଣ୍ଡପରେ ସମ୍ବର୍ଦ୍ଧିତ କରିଥିଲେ ବିଧାୟିକା। ଶିକ୍ଷକ ମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରି ପ୍ରତ୍ୟେକ ଶିକ୍ଷକଙ୍କୁ ମାନପତ୍ର ଓ ଉତରୀୟ ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧନା ସମୟରେ ବିଧାୟିକା ଶିକ୍ଷକ ମାନଙ୍କର ପାଦକୁ ସ୍ପର୍ଶ କରି ଆଶିର୍ବାଦ ଭିକ୍ଷା କରିଥିଲେ। ଯାହାକି ସୃଷ୍ଟି କରିଥିଲା ସ୍ୱତନ୍ତ୍ର ପରିବେଶ। ଏଭଳି ଏକ ପରିବେଶରେ ସମ୍ବର୍ଦ୍ଧିତ ହୋଇ ବରିଷ୍ଠ ଗୁରୁ ମାନେ ବହୁତ ଉତ୍ସାହିତ ହୋଇଥିଲେ।
bite-୧-ସୁନନ୍ଦା ଦାସ,ବିଧାୟିକା ବରୀ
bite-୨-ଭାଗ୍ୟଲକ୍ଷ୍ମୀ ପଣ୍ଡା,ଶିକ୍ଷୟତ୍ରୀ
ଭିଓ-୨-ଚାଳଘର ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ କେବଳ କାର୍ଯ୍ୟରତ ଶିକ୍ଷକ ନୁହେଁ ବରଂ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ପାରମ୍ପରିକ ରୀତିନୀତିରେ ବିଧାୟିକା ଦୀପ,ଧୂପ ମାଧ୍ୟମରେ ଗୁରୁ ମାନଙ୍କୁ ବନ୍ଦାବନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବରୀ ବ୍ଳକର ଶିକ୍ଷାବିତ,ସ୍ବେଚ୍ଛାସେବୀ ଆଉ ବହୁ ସମାଜସେବୀ ଯୋଗ ଦେଇ ସଂସଦର ଏଭଳି କାର୍ଯ୍ୟକ୍ରମକୁ ପ୍ରସଂସା କରିଥିଲେ। ସଂସଦ ପକ୍ଷରୁ ବୟୋଜେଷ୍ଠ ଶିକ୍ଷକ ମାନଙ୍କୁ ଭାବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସାରା ରାଜ୍ୟରେ ବିରଳ ବୋଲି ଆୟୋଜକ ସୂଚନା ଦେଇଥିଲେ। ଦିନକୁ ଦିନ ଗୁରୁ ଶିଷ୍ୟ ସମ୍ପର୍କ ଦୁରେଇ ଯାଉଥିବା ବେଳେ ଏଭଳି ଏକ କାର୍ଯ୍ୟକ୍ରମ ଅନ୍ୟ ଅନୁଷ୍ଠାନ ମାନଙ୍କ ପାଇଁ ଏକ ଉଦାହରଣ ନିଶ୍ଚୟ।
bite-୩-ବିରଜା ପ୍ରସାଦ ପରିଡା, ସଭାପତି ଚାଳଘର ସାହିତ୍ୟ ସଂସଦ

Conclusion:ରାଜନୈତିକ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ବଦ ଦେଇ ଗୁରୁ ପୂଜାନ ଭଳି ଏକ ମହତ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିପାରିଥିବାରୁ ବିଧାୟିକା ସୁନନ୍ଦା ଦାସଙ୍କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.