ETV Bharat / state

ଯାଜପୁର ଜିଲ୍ଲାରୁ ୫୦୦୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଣ

କୋରୋନା କହର ଯୋଗୁଁ ସାରା ଦେଶରେ ଅକ୍ସିଜେନର ଘୋର ଅଭାବ ଦେଖା ଦେଇଥିବାବେଳେ ଯାଜପୁର ଜିଲ୍ଲାରୁ ରେର୍କଡ୍ ସଂଖ୍ୟକ ଅକ୍ସିଜେନ ଯୋଗାଣ । ଅଧିକ ପଢନ୍ତୁ...

author img

By

Published : May 12, 2021, 4:02 PM IST

ଯାଜପୁର ଜିଲ୍ଲାରୁ ୫୦୦୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଣ
ଯାଜପୁର ଜିଲ୍ଲାରୁ ୫୦୦୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଣ

ଯାଜପୁର: କୋରୋନା କହର ଯୋଗୁଁ ସାରା ଦେଶରେ ଅକ୍ସିଜେନ୍ ଆବଶ୍ୟକତା ପଡୁଥିବାବେଳେ ଯାଜପୁର ଜିଲ୍ଲାରୁ ପ୍ରତିଦିନ ଅକ୍ସିଜେନ୍ ପଠାଯାଉଛି । ଦେଶର ପ୍ରମୁଖ ସହରକୁ ଏହି ଅକ୍ସିଜେନ୍ ଯୋଗାଣ କରାଯାଉଛି । କଳିଙ୍ଗନଗର ଠାରେ ଥିବା ଟାଟା ଷ୍ଟିଲ ଏବଂ ଜିନ୍ଦଲ ଷ୍ଟେନଲେସ ଷ୍ଟିଲ କାରଖାନା ପକ୍ଷରୁ ଏହି ଅକ୍ସିଜେନ୍ ଯୋଗାଣ କରାଯାଉଛି ।

ପ୍ରତିଦିନ ଟ୍ରକ ସହାୟତାରେ ଗ୍ରୀନ୍ କରିଡର କରାଯାଇ ଅକ୍ସିଜେନ ଯୋଗାଣ ଜାରି ରହିଛି । ନିକଟରେ ଟାଟା ଷ୍ଟିଲ ପକ୍ଷରୁ ଟ୍ରେନ୍ ଯୋଗେ ମଧ୍ୟ ଅକ୍ସିଜେନ୍ ଏକ୍ସପ୍ରେସ ପଠାଯାଇଛି । ବର୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରୁ ୫୦୦୦ ମେଟ୍ରିକ ଟନ୍ ଅକ୍ସିଜେନ୍ ଯୋଗାଣ କରାଯାଇଛି । ଦେଶରେ ଅକ୍ସିଜେନର ଆବଶ୍ୟକତାକୁ ଦେଖି ଉଭୟ କାରଖାନାରେ ଉତ୍ପାଦନ କ୍ଷମତାକୁ ମଧ୍ୟ ବୃଦ୍ଧି କରାଯାଇଛି ବୋଲି ଯାଜପୁର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.