ETV Bharat / state

ନିର୍ମାଣାଧୀନ ଅନୁଗୋଳ-ସୁକିନ୍ଦା ରେଳ ପ୍ରକଳ୍ପକୁ ବିରୋଧ - ପ୍ରଶାସନର ବୁଝାସୁଝା

ଦାନଗଦି ବ୍ଲକ ବାଲିଆପାଳ ଅଞ୍ଚଳର ମହାନ୍ତ ସାହି ଏବଂ ପାତ୍ର ସାହିର 130 ପରିବାର ଏହି ପ୍ରକଳ୍ପ ଯୋଗୁଁ ପାଣି ଏବଂ ଯାତାୟତ ନିମନ୍ତେ ଓଭର ବ୍ରିଜ ନିର୍ମାଣ ପାଇଁ ବାରମ୍ବାର ଦାବି କରିଥିଲେ। କିନ୍ତୁ ପ୍ରଶାସନ ଓ ରେଳବିଭାଗ ନଶୁଣିବାରୁ ବାଧ୍ୟ ହୋଇ ଗ୍ରାମବାସୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।

ନିର୍ମାଣାଧୀନ ସୁକିନ୍ଦା ଅନୁଗୋଳ ରେଳ ପ୍ରକଳ୍ପକୁ ବିରୋଧ
ନିର୍ମାଣାଧୀନ ସୁକିନ୍ଦା ଅନୁଗୋଳ ରେଳ ପ୍ରକଳ୍ପକୁ ବିରୋଧ
author img

By

Published : Dec 20, 2019, 2:18 PM IST

ଯାଜପୁର: ଚାଲିଛି କାର୍ଯ୍ୟବନ୍ଦ ଆନ୍ଦୋଳନର ନାରାବାଜି। ଆଉ ଅନ୍ୟପଟେ ପୋଲିସ ପ୍ରଶାସନର ବୁଝାସୁଝା ପ୍ରକିୟା । ହେଲେ ଫଳ ଶୂନ। ଯାଜପୁର ଜିଲ୍ଲା ସୁକିନ୍ଦାରୁ ଅନୁଗୋଳକୁ ନିର୍ମାଣାଧୀନ ରେଳ ପ୍ରକଳ୍ପ ପାଇଁ ଏହି ଆନ୍ଦୋଳନ।

ଦାନଗଦି ବ୍ଲକ ବାଲିଆପାଳ ଅଞ୍ଚଳର ମହାନ୍ତ ସାହି ଏବଂ ପାତ୍ର ସାହିର 130 ପରିବାର ଏହି ପ୍ରକଳ୍ପ ଯୋଗୁଁ ପାଣି ଏବଂ ଯାତାୟତ ନିମନ୍ତେ ଓଭର ବ୍ରିଜ ନିର୍ମାଣ ପାଇଁ ବାରମ୍ବାର ଦାବି କରିଥିଲେ। କିନ୍ତୁ ପ୍ରଶାସନ ଓ ରେଳବିଭାଗ ନଶୁଣିବାରୁ ବାଧ୍ୟ ହୋଇ ଗ୍ରାମବାସୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।

ନିର୍ମାଣାଧୀନ ସୁକିନ୍ଦା ଅନୁଗୋଳ ରେଳ ପ୍ରକଳ୍ପକୁ ବିରୋଧ

ଗତ ଚାରିବର୍ଷ ତଳେ ଆରମ୍ଭ ହୋଇଥିଲା ଏହି ରେଳ ପ୍ରକଳ୍ପ । କିନ୍ତୁ ବିଭିନ୍ନ ସମୟରେ ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ବିରୋଧ ଯୋଗୁଁ ଏହି ପ୍ରକଳ୍ପ ବିଳମ୍ବ ହୋଇଥିଲା । ତେବେ ଏହି ଦୁଇଟି ଗ୍ରାମରେ ଆବଶ୍ୟକ ପାନୀୟଜଳ, ବ୍ରିଜ ନିର୍ମାଣ ନିମନ୍ତେ ପ୍ରଶାସନ ଓ ରେଳ ବିଭାଗ ପ୍ରତିଶୃତି ଦେଇଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ପଦକ୍ଷେପ ନିଆଯାଇନାହିଁ ନଥିବା ଅଭିଯୋଗ ହୋଇଛି ।

ଆସନ୍ତା ୨୦ ତାରିଖରେ ଗ୍ରାମବାସୀଙ୍କ ସହ ବିଭାଗୀୟ ଅଧିକାରୀ ଓ ଜିଲ୍ଳା ପ୍ରଶାସନ ଏକ ଆଲୋଚନା କରିବେ। ଆଉ ଏହାପରେ ଗ୍ରାମବାସୀଙ୍କ ସମସ୍ୟା ଦୂର ହେଉଛି କି ଆନ୍ଦୋଳନ ଜାରି ରହୁଛି, ତାହା କେବଳ ସମୟ କହିବ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା ରିପୋର୍ଟ, ଇଟିଭି ଭାରତ

Intro:Slug – SUKINDA RAILWAY PROJECT PROBLEM
Format – PKG
Reporter –Gyanaranjan ojha
Place - Jajpur
Date - 19.12.2019
Anchor – ନିର୍ମାଣାଧୀନ ସୁକିନ୍ଦା ଅନୁଗୁଳ ରେଳ ପ୍ରକଳ୍ପ କାର୍ୟ୍ୟକୁ ବିରୋଧ । ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ । ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ବାଲିଆପାଳ ଅଂଚଳରେ ନିର୍ମାଣାଧୀନ ରେଳ ପ୍ରକଳ୍ପ କାର୍ୟ୍ୟକୁ ବିରୋଧ କରାଯାଇଛି । କାର୍ୟ୍ୟ ବନ୍ଦ କରିବା ସହ ଗ୍ରାମର ପୁରୁଷ ଓ ମହୀଳାମାନେ ଧାରଣାରେ ବସିଛନ୍ତି । ପାନୀୟଜଳ, ଚାଷଜମିକୁ ଜଳଯୋଗାଣ ଏବଂ ନିର୍ମାଣାଧୀନ ପ୍ରକଳ୍ପ ଉପରେ ବ୍ରିଜ ନିର୍ମାଣ ଦାବିରେ ବାଲିଆପାଳ ଅଂଚଳବାସୀ କାର୍ୟ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ପୋଲିସ ଓ ପ୍ରଶାସନ ପହଁଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ସହ ଦାବୀ ଉପରେ ଗୁରୁତ୍ୱ ଦେବେ ବୋଲି କହିଥିଲେ ମଧ୍ୟ ଆଲୋଚନା ବିଫଳ ହୋଇଛି।
Body:vo୧ – ଚାଲିଛି ବିରୋଧ ଓ ନାରାବାଜି। ଆଉ ଅନ୍ୟପଟେ କାର୍ୟ୍ୟ ବନ୍ଦ ଏବଂ ପୋଲିସ ପ୍ରଶାସନର ବୁଝାସୁଝା ପ୍ରକିୟା । ହେଲେ ଫଳ ଶୁନ । ଏହା ହେଉଛି ଯାଜପୁର ଜିଲ୍ଲା ସୁକିନ୍ଦାରୁ ଅନୁଗୁଳ କୁ ନିର୍ମାଣାଧୀନ ରେଳ ପ୍ରକଳ୍ପ । ଦାନଗଦି ବ୍ଲକ ବାଲିଆପାଳ ଅଂଚଳର ମହାନ୍ତ ସାହି ଏବଂ ପାତ୍ର ସାହିର ୧୩୦ ପରିବାର ଏହି ପ୍ରକଳ୍ପ ଯୋଗୁଁ ପିଇବା ପାଣି, ଚାଷଜମିକୁ ପାଣି ଏବଂ ଯାତାୟତ ନିମନ୍ତେ ପ୍ରକଳ୍ପ ଉପରେ ଓଭର ବ୍ରିଜ ନିର୍ମାଣ ପାଇଁ ବାରମ୍ବାର ଦାବି କରିଥିଲେ। କିନ୍ତୁ ପ୍ରଶାସନ ଓ ରେଳବିଭାଗ କିଛି ନ ଶୁଣିବାରୁ ଆଜି ବାଧ୍ୟ ହୋଇ ମହିଳା ଓ ପୁରୁଷ ଗ୍ରାମବାସୀ ମାନେ କାର୍ୟ୍ୟ ବନ୍ଦ କରି ଆନ୍ଦୋଳନ କରିଛନ୍ତି।
bite.୧ – ଜୟନ୍ତୀ ମହାନ୍ତ, ଗ୍ରାମବାସୀ
bite୨ – ପ୍ରମୋଦ ମହାନ୍ତ, ପୂର୍ବତନ ସରପଞ୍ଚ

vo.୨ – ଗତ ଚାରିବର୍ଷ ତଳୁ ଏହି ରେଳ ପ୍ରକଳ୍ପ ଆରମ୍ଭ ହୋଇଥିଲା । କିନ୍ତୁ ବିଭିନ୍ନ ସମୟରେ ଜମି ଅଧିଗ୍ରହଣ ହେଉ କିମ୍ବା ଅନ୍ୟାନ୍ୟ କେତେକ ସ୍ଥାନରେ ବିରୋଧ ଯୋଗୁଁ ଏହି ପ୍ରକଳ୍ପ ବିଳମ୍ବ ହୋଇଥିଲା । ତେବେ ଏହି ଦୁଇଟି ଗ୍ରାମରେ ଆବଶ୍ୟକ ପାନୀୟଜଳ, ବ୍ରିଜ ନିର୍ମାଣ ନିମନ୍ତେ ପ୍ରଶାସନ ଓ ରେଳ ବିଭାଗ ପ୍ରତିଶୃତି ଦେଇଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଅଭିଯୋଗ ହୋଇଛି । ଅପରପକ୍ଷରେ ଅଂଚଳବାସୀଙ୍କ ସମସ୍ୟାର ସମାଧାନ ଲାଗି ପୂର୍ବରୁ ଆଲୋଚନା ହୋଇଛି । ତେବେ ବର୍ତମାନ ସ୍ଥିତିରେ ଉପରିସ୍ତ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ବିଭିଗୀୟ କତୃପକ୍ଷ କହିଛନ୍ତି ।
bite.୩ – ହାରାମଣି ମହାନ୍ତ, ଗ୍ରାମବାସୀ
bite୪ – ସୁନୀଲ ସାହୁ, ପ୍ରୋଜେକ୍ଟ ମ୍ୟାନେଜର, ରେଳ ବିଭାଗ
Conclusion:fvo – ଆସନ୍ତା ୨୦ ତାରିଖରେ ଗ୍ରାମବାସୀଙ୍କ ସହ ବିଭାଗୀୟ ଅଧିକାରୀ ଓ ଜିଲ୍ଳା ପ୍ରଶାସନର ଏକ ଆଲୋଚନା ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ତେବେ ଏହି ଆଲୋଚନା ପରେ ଗ୍ରାମବାସୀଙ୍କ ସମସ୍ୟା ଦୁର ହେଉଛି କି ଆନ୍ଦୋଳନ ଜାରି ରହୁଛି, ତାହା ଦେଖିବାକୁ ବାକି ରହିଲା ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.