ETV Bharat / state

ଶିକ୍ଷା ବିଭାଗର ବିକଳ ଚିତ୍ର, ସ୍କୁଲ ମରାମତି କାର୍ଯ୍ୟରେ ସାମିଲ କୁନି ପିଲା - ସ୍କୁଲରେ ଶ୍ରମିକ କାମ କରୁଛନ୍ତି ପିଲା

ସାମନାକୁ ଆସିଲା ଯାଜପୁର ଜିଲ୍ଲା ବାହାଦୂରନଗର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନଗ୍ନ ଚିତ୍ର । ଏଠାରେ ପିଲା ପାଠ ପଢିବା ପରିବର୍ତ୍ତେ ଶ୍ରମିକ ସାଜିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଶିକ୍ଷା ବିଭାଗର ବିକଳ ଚିତ୍ର, ସ୍କୁଲ ମରାମତି କାର୍ଯ୍ୟରେ ସାମିଲ କୁନି ପିଲା

author img

By

Published : Jul 16, 2022, 9:34 PM IST

ଯାଜପୁର: ରାଜ୍ୟର ଶିକ୍ଷା ବିଭାଗ ଗୁଣାତ୍ମକ ଶିକ୍ଷାର ଟିଣ୍ଡିମ ପିଟୁଛନ୍ତି । ହେଲେ ଯାଜପୁର ଜିଲ୍ଲା ବଡ଼ ଚଣା ବ୍ଲକ ଅନ୍ତର୍ଗତ ବାହାଦୂରନଗର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସାମନାକୁ ଆସିଛି ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଏଠାରେ ପିଲାମାନେ ବିଦ୍ୟାଳୟରେ ପାଠ ପଢିବା ପରିବର୍ତ୍ତେ ସାଜିଛନ୍ତି ଶ୍ରମିକ । ଆଉ ସ୍କୁଲ ମରାମତି କାର୍ଯ୍ୟରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ଶିକ୍ଷା ବିଭାଗର ବିକଳ ଚିତ୍ର, ସ୍କୁଲ ମରାମତି କାର୍ଯ୍ୟରେ ସାମିଲ କୁନି ପିଲା

କୁନି କୁନି ପିଲାମାନେ ହାତରେ ଖାତା, କଲମ, ବହି ପରିବର୍ତ୍ତେ ଧରିଛନ୍ତି କୋଦାଳ । ଆଉ ଶ୍ରମିକ ସାଜି କାମ କରୁଥିବାର ଦୃଶ୍ୟ ଭିଜୁଆଲରେ ସ୍ପଷ୍ଟ ବାରି ହୋଇପଡୁଛି । ସବୁଠାରୁ ଲଜ୍ଜାଜନକ କଥା ହେଉଛି ବିଦ୍ୟାଳୟର ଶିକ୍ଷକ କୁନି କୁନି ହାତରେ କୋଦାଳ ଧରାଇ ଚେୟାର ଉପରେ ଗୋଡ଼ ଉପରେ ଗୋଡ଼ ପକାଇ କାମକୁ ଦେଖୁଛନ୍ତି । କୋମଳମତୀ ଛାତ୍ରଙ୍କୁ ଏଭଳି ଶ୍ରମିକ ସଜାଇବା ପରେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଲୋକେ ।

ତେବେ ଉକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହୋଇଛି । ଭିଜୁଆଲ ସାମନାକୁ ଆସିବା ପରେ ବିଦ୍ୟାଳୟର ଅସଲ ଚେହେରା ପଦାରେ ପଡ଼ିଛି । ଏ ସମ୍ପର୍କରେ ସ୍କୁଲର ଅଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.