ETV Bharat / state

ବସ୍ ଚଳାଚଳକୁ ସବୁଜ ସଙ୍କେତ ଦେଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ

author img

By

Published : May 27, 2020, 7:00 PM IST

Updated : May 27, 2020, 9:27 PM IST

ସରକାରଙ୍କ ସହ ବହୁ ଆଲୋଚନା ପରେ ମେ 28 ତାରିଖ ଠାରୁ ବସ୍ ଚଳାଇବାକୁ ସହମତି ପ୍ରଦାନ କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ବସ୍ ଗୁଡିକ ସ୍ଥାନ ଛାଡିବା ପୂର୍ବରୁ ବସ୍ ସହିତ ଏହାର ସିଟ୍ ଓ ଡୋର ଆଦିକୁ ସାନିଟାଇଜ୍ କରିବା ଏବଂ ଯାତ୍ରୀଙ୍କୁ ଚଢିବା ସମୟରେ ସାନିଟାଇଜ୍ କରାଇବା ଏବଂ ମାସ୍କ ପରିଧାନ କରିବା ଉପରେ ଗୁରୁତ୍ବ ଆରୋପ କରାଯାଇଛି । ଅଧିକ ପଢ଼ନ୍ତୁ...

ବସ୍ ଚଳାଚଳକୁ ସବୁଜ ସଙ୍କେତ ଦେଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘବସ୍ ଚଳାଚଳକୁ ସବୁଜ ସଙ୍କେତ ଦେଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ
ବସ୍ ଚଳାଚଳକୁ ସବୁଜ ସଙ୍କେତ ଦେଲା ରାଜ୍ୟ ଘରୋଇ ବସ୍ ମାଲିକ ସଂଘ

ଯାଜପୁର: ରାଜ୍ୟ ସରକାର ଗତ 24ତାରିଖ ଦିନ ଲକଡାଉନ କୋହଳ କରିବା ପରେ ରାଜ୍ୟ ମଧ୍ୟରେ ବସ୍ ଓ ଟ୍ୟାକ୍ସି ଚଳାଚଳ ପାଇଁ ଅନୁମତି ଦେଇଥିଲେ । ସରକାରଙ୍କ ସହ ବହୁ ଆଲୋଚନା ପରେ ଗୁରୁବାର ଠାରୁ ବସ୍ ଚଳାଇବାକୁ ସହମତି ପ୍ରକାଶ କରିଛି ରାଜ୍ୟ ବସ୍ ମାଲିକ ସଂଘ । ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ସ୍ଥିତ ଶାନ୍ତିମଣ୍ଡପ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ପରୀପ୍ରେକ୍ଷୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଏଥିରେ ଯାଜପୁର ଜିଲ୍ଲା ବସ୍ ମାଲିକ ସଂଘର କର୍ମକର୍ତ୍ତାଙ୍କ ସମେତ ରାଜ୍ୟ ସଂଘର କର୍ମକର୍ତ୍ତା ମଧ୍ୟ ସାମିଲ ଥିଲେ । ତେବେ ପରିସ୍ଥିତି ସ୍ବାଭାବିକ ହେବାକୁ ପ୍ରାୟ ଏକ ମାସ ଲାଗିବ ବୋଲି ବସ୍ ମାଲିକ ସଂଘର କର୍ମକର୍ତ୍ତା କହିଛନ୍ତି । ସରକାରୀ ଘୋଷଣାନାମା ଅନୁଯାୟୀ ବସ୍ ଗୁଡିକ ସେମାନଙ୍କ ସିଟ୍ ଅନୁଯାୟୀ ଯାତ୍ରୀ ପରିବହନ କରିପାରିବେ ବୋଲି କୁହାଯାଇଛି । ବସରେ ଯାତ୍ରା କରିବା ସମୟରେ ଯାତ୍ରୀ ଓ କର୍ମଚାରୀଙ୍କ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯିବ । ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ରାସ୍ତାରେ ବସ୍ ଗଡୁଥିବାରୁ ଯାତ୍ରୀ ଓ ସାଧାରଣ ଲୋକ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।

ଲୋକମାନେ କିପରି ସାମାଜିକ ଦୂରତ୍ବ ମାନିବେ ଏବଂ ଯାତ୍ରା ସମୟରେ ସମସ୍ତ ସରକାରୀ ନିୟମ ଅନୁପାଳନ କରିବେ ସେଥିପାଇଁ ବସ୍ ମାଲିକ ସଂଘ ପକ୍ଷରୁ ନିବେଦନ କରାଯାଇଛି । ବସ୍ ଗୁଡିକ ସ୍ଥାନ ଛାଡିବା ପୂର୍ବରୁ ବସ୍ ସହିତ ଏହାର ସିଟ୍ ଓ ଡୋର ଆଦିକୁ ସାନିଟାଇଜ୍ କରିବା ଏବଂ ଯାତ୍ରୀଙ୍କୁ ଚଢିବା ସମୟରେ ସାନିଟାଇଜ୍ କରାଇବା ଏବଂ ମାସ୍କ ପରିଧାନ କରିବା ଉପରେ ଗୁରୁତ୍ବ ଆରୋପ କରାଯାଇଛି । ତେବେ ଗୁରୁବାର ଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବସ୍ ଗଡିବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଫଳରେ ଯାତ୍ରୀ ବା ସାଧାରଣ ଲୋକଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖିବାକୁ ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated : May 27, 2020, 9:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.