ଯାଜପୁର : ରାଜ୍ଯ ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଯାଜପୁର ଗସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମୁଖ୍ଯ ପରାମର୍ଶଦାତା ଅସିତ୍ ତ୍ରିପାଠୀ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ କ୍ଷୁଦ୍ର ମଧ୍ୟମ ଶିଳ୍ପର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା, ଇଡକୋ ଏମଡି ଭୂପିନ୍ଦର ସିଂହ ପୂଣ୍ୟା, ଶିଳ୍ପ ବିଭାଗ ନିର୍ଦ୍ଦେଶକ ସାଦିକ୍ ଆଲମ୍ ପ୍ରମୁଖ ଯାଜପୁର ଜିଲ୍ଲା ଗସ୍ତରେ ଆସି ବ୍ୟାସନଗର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ ।
କଳିଙ୍ଗନଗରକୁ ଏକ ସମୃଦ୍ଧ ଶିଳ୍ପନଗରୀରେ ପରିଣତ କରିବା ସହିତ ଶିଳ୍ପ ସଂସ୍ଥା ଗୁଡିକର ଭିତ୍ତିଭୂମିର ବିକାଶ ଉପରେ ରାଜ୍ଯ ସରକାର ଗୁରୁତ୍ବ ଦେଇ ଆସୁଛନ୍ତି । ଆଗାମୀ ୨ ବର୍ଷ ମଧ୍ଯରେ ଶିଳ୍ପ ସଂସ୍ଥା ଗୁଡିକର ଉତ୍ପାଦନ କ୍ଷମତା ବୃଦ୍ଧି ପାଇବା ସହିତ ସାମଗ୍ରିକ ଭାବେ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ମୁଖ୍ଯ ପରାମର୍ଶଦାତା ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଏସପି ରାହୁଲ ପିଆର୍, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଥିଲେ।
ଇଟିଭି ଭାରତ, ଯାଜପୁର