ETV Bharat / state

ପଶୁ ଦେବତା ଭାବେ ପୂଜା ପାଆନ୍ତି ମୁନି ଦକ୍ଷିଣୀ ଚନ୍ଦ୍ର: ଜାଣନ୍ତୁ କଣ ରହିଛି ମହିମା

ମହାପୁରୁଷ ମୁନି ଦକ୍ଷିଣୀ ଚନ୍ଦ୍ର ହେଉଛନ୍ତି ପଶୁ ଦେବତା । ଗୃହପାଳିତ ପଶୁପକ୍ଷୀଙ୍କ ଆରୋଗ୍ୟ ପାଇଁ ଏଠାରେ କରାଯାଏ ମାନସିକ ଓ ପୂଜାର୍ଚ୍ଚନା । ଅଧିକ ପଢନ୍ତୁ

author img

By

Published : Jan 3, 2022, 9:18 PM IST

ପଶୁ ଦେବତା ଭାବେ ପୂଜା ପାଆନ୍ତି ମୁନି ଦକ୍ଷୀଣି ଚନ୍ଦ୍ର: ଜାଣନ୍ତୁ କଣ ରହିଛି ମହିମା

ଯାଜପୁର : ଓଡିଶାର ବିଭିନ୍ନ ସ୍ଥାନରେ ରହିଛି ଦେବାଦେବୀଙ୍କ ଅନେକ ପୀଠ । ସେଠାକାର ଅଲୌକିକ ମହିମା ସମ୍ପର୍କରେ ଶୁଣିଥିବେ ନିଶ୍ଚୟ । ଆଜି ଆମେ ଆପଣଙ୍କୁ ଏଭଳି ଏକ ପୀଠ ବିଷୟରେ କହିବୁ । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଯେଉଁଠି ପୂଜା ପାଆନ୍ତି ପଶୁ ଦେବତା । ଗୃହପାଳିତ ପଶୁପକ୍ଷୀଙ୍କ ଆରୋଗ୍ୟ ପାଇଁ ଏଠାରେ କରାଯାଏ ମାନସିକ ଓ ପୂଜାର୍ଚ୍ଚନା । ବିଶ୍ବାସ ରହିଛି ଯଦି କୌଣସି ଗୋରୁଗାଈ, ଛେଳି ଓ ମେଣ୍ଢା ଆଦି ଗୃହପାଳିତ ପଶୁଙ୍କ ଦେହ ଖରାପ ହୁଏ । ତେବେ ଏଠାରେ ନଡ଼ିଆ ମାନସିକ କଲେ ତାର ଦେହ ଭଲ ହୋଇଯାଏ ।

ପ୍ରତିବର୍ଷ ପୌଷ ମାସରେ ପଡୁଥିବା ବଉଳ ଅମାବାସ୍ୟା ଠାରୁ ୨ଦିନ ବ୍ୟାପୀ ଏଠାରେ ଚାଲେ ମେଳା । ଏହି ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଆସି ନିଜ ଗୃହପାଳିତ ପଶୁପକ୍ଷୀଙ୍କ ଆରୋଗ୍ୟ କାମନା କରି ମାନସିକ ପୂରଣ ପାଇଁ ପୂଜାର୍ଚ୍ଚନା କରିଥାନ୍ତି । ଏଠାରେ ଜୀଅନ୍ତା ସମାଧି ନେଇଥିବା ମହାପୁରୁଷ ମୁନି ଦକ୍ଷିଣୀ ଚନ୍ଦ୍ର ହେଉଛନ୍ତି ପଶୁ ଦେବତା । ଯାଜପୁର ଜିଲ୍ଲା କୋରାଇ ବ୍ଲକ ମୁକୁନ୍ଦପୁର ଗାଁରେ ରହିଛି ଏହି ପୀଠ । ବୈତରଣୀ ନଦୀ କୂଳରେ ରହିଥିବା ଏହି ପୀଠରେ ପୂଜା ପାଉଛନ୍ତି ମହାପୁରୁଷ ମୁନି ଦକ୍ଷିଣୀ ଚନ୍ଦ୍ର । ଯିଏକି ପଶୁ ଦେବତା ନାମରେ ପରିଚିତ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.