ଯାଜପୁର: ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ କଡାକଡ଼ି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୭ଟାରୁ 11ଟା ଏବଂ ଅପରାହ୍ନ ୩ଟାରୁ ୫ ପର୍ଯ୍ୟନ୍ତ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମ କଡାକଡ଼ି । ସାରା ଦେଶରେ ଲକ ଡାଉନ ହୋଇଥିବା ବେଳେ ସାଧାରଣ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହଇରାଣ ହରକତ ହେଉଛନ୍ତି । ଏଥିପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସଉଦା ଦୋକାନ ଓ ପନିପରିବା ଦେକାନକୁ ସକାଳ ୭ଟାରୁ 11ଟା ଏବଂ ଅପରାହ୍ନ ୩ଟାରୁ ୫ ପର୍ଯ୍ୟନ୍ତ ଖୋଲା ରଖିବାକୁ କହିଛନ୍ତି । ଏହି ସମୟରେ ମଧ୍ୟ ଭିଡ ଲାଗି ରହିଲେ ସମୟକୁ ମଧ୍ୟ ବୃଦ୍ଧି କରାଯିବ ।
ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟବସାୟ ମାନଙ୍କୁ ସାମାଜିକ ଦୂରତାକୁ ଗୁରୁତ୍ବ ଦେଇ କଡାକଡି ଭାବରେ ପାଳନ କରିବାପାଇଁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ହୋଲସେଲ ଦୋକନୀ ମାନେ ଖୁଚୁରା ଦୋକନ ବନ୍ଦ ଥିବା ସମୟରେ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିହନ,ସାର,ମାଛ ଖାଦ୍ୟ ଭଳି ଦୋକାନ ଦିନ ୧୦ଟାରୁ ୩ ପର୍ଯ୍ୟନ୍ତ ଖୋଲାଯିବାକୁ କୁହାଯାଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟଭି ଭାରତ