ETV Bharat / state

ବେକାରୀ ସମସ୍ୟା ନେଇ ଯୁବକଙ୍କ ପଦଯାତ୍ରା; ଅଧାବାଟରେ ବିଗିଡିଲା ସ୍ବାସ୍ଥ୍ୟ

author img

By

Published : Nov 13, 2021, 1:52 PM IST

ବେକାରୀ ସମସ୍ୟା ଦୂର ପାଇଁ ବାରିପଦାରୁ ନବୀନ ନିବାସ ଯାଏଁ ଯୁବକଙ୍କ ପଦଯାତ୍ରା । ୧୮୦ କିଲୋମିଟର ଚାଲିବା ପରେ ପାଣିକୋଇଲି ପାଖରେ ବିଗିଡିଲା ତାଙ୍କ ସ୍ବାସ୍ଥ୍ୟବସ୍ଥା । ଅଧିକ ପଢନ୍ତୁ...

ବେକାରୀ ସମସ୍ୟା ନେଇ ଯୁବକଙ୍କ ପଦଯାତ୍ରା; ଅଧାବାଟରେ ବିଗିଡିଲା ସ୍ବାସ୍ଥ୍ୟ
ବେକାରୀ ସମସ୍ୟା ନେଇ ଯୁବକଙ୍କ ପଦଯାତ୍ରା; ଅଧାବାଟରେ ବିଗିଡିଲା ସ୍ବାସ୍ଥ୍ୟ

ଯାଜପୁର: ବର୍ତ୍ତମାନ ଦେଶ ତଥା ରାଜ୍ୟରେ ଚିନ୍ତାଜନକ ରହିଛି ବେକାରୀ ସମସ୍ୟା । ଅନେକ ଶିକ୍ଷିତ ଯୁବକଯୁବତୀ ଚାକିରିଟିଏ ପାଇପାରିନାହାଁନ୍ତି । ଏହି ସମସ୍ୟା ଦୂର ପାଇଁ ବାରିପଦାରୁ ନବୀନ ନିବାସ ଯାଏଁ ପଦଯାତ୍ରାରେ ବାହାରିଛନ୍ତି ବାରିପଦାର ଯୁବ ସମାଜସେବୀ ଶଙ୍କର୍ଷଣ ବେହେରା । ୧୧ ତାରିଖରୁ ନିଜ ଯାତ୍ରା ଆରମ୍ଭ କରିଥିବା ସମାଜସେବୀ ଜଣକ ୧୮୦ କିଲୋମିଟର ଅତିକ୍ରମ କରି ଆଜି ପାଣିକୋଇଲିରେ ପହଞ୍ଚିଛନ୍ତି । ପାଣିକୋଇଲି ସ୍ଥିତ ଗୋଳେଇପୁର ଛକରେ ପହଞ୍ଚିବା ପରେ ସେ ଅସୁସ୍ଥତା ଅନୁଭବ କରିଛନ୍ତି ।

ଶଙ୍କର୍ଷଣଙ୍କୁ ଅସୁସ୍ଥ ଅବସ୍ଥାରେ ବସିଥିବାର ସ୍ଥାନୀୟ ଲୋକେ ଦେଖିବା ପରେ ପାଣିକୋଇଲି ପୋଲିସକୁ ଜଣାଇଥିଲେ । ପୋଲିସ ପାଟ୍ରୋଲିଂ ଗାଡି ଘଟଣାସ୍ଥଳରେ ପହଞ୍ଚି ସମାଜସେବୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଏବଂ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରିଛନ୍ତି । ଶଙ୍କର୍ଷଣ ସାମାନ୍ୟ ସୁସ୍ଥ ଅନୁଭବ କରିବା ପରେ ପୁଣି ଭୁବନେଶ୍ବର ସ୍ଥିତ ନବୀନ ନିବାସ ମୁହାଁ ହୋଇଛନ୍ତି । ଖାଲିପାଦରେ ସେ ଏପର୍ଯ୍ୟନ୍ତ ୧୮୦ କିଲୋମିଟର ଅତିକ୍ରମ କରିସାରି ଥିବାବେଳେ ଆହୁରି ୯୦ କିଲୋମିଟରର ଦୀର୍ଘ ଯାତ୍ରା କରିବାର ରହିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.