ଯାଜପୁର: କୋରୋନା ମୁକାବିଲା ପାଇଁ ଜିଲ୍ଲାପାଳ ବିଭିନ୍ନ ବ୍ୟକ୍ତି ବିଶେଷ ପକ୍ଷରୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଆର୍ଥିକ ସହଯୋଗ କରାଯାଇଛି । ଗୁରୁବାର ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ନନ୍ଦ ୫ ହଜାର ଟଙ୍କା ଏବଂ କୋରେଇ ବ୍ଲକ ବନ୍ଦାଳର ସମିତି ସଭ୍ୟ ନିଳାଦ୍ରି ଭୁଷଣ ସାହୁ ନିଜର ୬ ମାସର ଦରମା ପ୍ରଦାନ କରିଛନ୍ତି ।
ସେହିପରି ବ୍ୟାସନଗର ପୌରପାଳର ଗୁପ୍ତା ମେଡିସିନ ପକ୍ଷରୁ ୫୦ ହଜାର ଟଙ୍କା ଏବଂ ଜେମ୍ସ ତରଫରୁ ୨୫ ହଜାର ଟଙ୍କା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା କରାଯାଇଛି । ଏହି ଅର୍ଥ ଜିଲ୍ଲାର କୋରୋନା ମୁକାବିଲା ପାଇଁ ଖର୍ଚ୍ଚ ହେବ । ଏହି ବଦାନ୍ୟ ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ଧନ୍ୟବାଦ ପ୍ରଦାନ କରାଯିବା ସହିତ ଅନ୍ୟମାନଙ୍କୁ ସାହାଯ୍ୟ ଯୋଗାଇ ଦେବା ପାଇଁ ନିବେଦନ କରାଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ