ETV Bharat / state

ବଢିବ ଛାତ୍ରଛାତ୍ରୀଙ୍କ ଦକ୍ଷତା, ଯାଜପୁରରେ କାର୍ଯ୍ୟକାରୀ ହେଲା ସ୍ମାର୍ଟ କ୍ଲାସ୍ ଏଜୁକେସନ୍ ସିଷ୍ଟମ - ଯାଜପୁରରେ ସ୍ମାର୍ଟ କ୍ଲାସ୍ ଏଜୁକେସନ୍ ସିଷ୍ଟମ

ଯାଜପୁର ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଜିଲ୍ଲାରେ ପ୍ରଥମଥର ପାଇଁ ସ୍ମାର୍ଟ କ୍ଲାସ୍ ଏଜୁକେସନ୍ ସିଷ୍ଟମର କାର୍ଯ୍ୟକାରୀ କରାଯାଇଛି । ଅଧିକ ପଢନ୍ତୁ...

ବଢିବ ଛାତ୍ରଛାତ୍ରୀଙ୍କ ଦକ୍ଷତା, ଯାଜପୁରରେ କାର୍ଯ୍ୟକାରୀ ହେଲା ସ୍ମାର୍ଟ କ୍ଲାସ୍ ଏଜୁକେସନ୍ ସିଷ୍ଟମ

author img

By

Published : Oct 15, 2020, 7:46 PM IST

ଯାଜପୁର: ଯାଜପୁର ଜିଲ୍ଲାରେ ପ୍ରଥମଥର ପାଇଁ ସ୍ମାର୍ଟ କ୍ଲାସ୍ ଏଜୁକେସନ୍ ସିଷ୍ଟମର କାର୍ଯ୍ୟକାରୀ କରାଯାଇଛି । ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ଏହା କରାଯାଇଛି । ଯାହାଦ୍ବାରା ଛାତ୍ରଛାତ୍ରୀଙ୍କୁ ଉଭୟ ଓଡିଆ ଏବଂ ଇଂରାଜୀ ଭାଷାରେ ବିଭିନ୍ନ ପାଠ୍ୟକ୍ରମର ବିଷୟବସ୍ତୁ ସମ୍ପର୍କରେ ଡିଜିଟାଲ୍ ଶିକ୍ଷା ଦିଆଯାଇପାରିବ।

ବଢିବ ଛାତ୍ରଛାତ୍ରୀଙ୍କ ଦକ୍ଷତା, ଯାଜପୁରରେ କାର୍ଯ୍ୟକାରୀ ହେଲା ସ୍ମାର୍ଟ କ୍ଲାସ୍ ଏଜୁକେସନ୍ ସିଷ୍ଟମ

ଯାଜପୁର ଦାନଗଦି ବ୍ଲକ ବୁଦ୍ଧରାଜା ବିଦ୍ୟାପୀଠ ପରିସରରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନେଇ ଏହି ଡିଜିଟାଲ୍ ଏଜୁକେସନ ସିଷ୍ଟମ ସମ୍ପର୍କରେ ଏକ ତାଲିମ୍ ଶିବିର ଆୟୋଜନ କରାଯାଇଥିଲା ।

ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ଏହି ସ୍ମାର୍ଟ କ୍ଲାସ୍ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଯୋଜନାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଜିଲ୍ଲା ଶିକ୍ଷା ପ୍ରକଳ୍ପ ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ଅତିଥିମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ଏହାଦ୍ବାରା ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇପାରିବ ବୋଲି ବିଧାୟକ ଓ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ମତବ୍ୟକ୍ତ କରିଥିଲେ । ଏଥିପାଇଁ ଜିଲ୍ଲା ଡିଏମଏଫ୍ ପାଣ୍ଠି ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ବିଧାୟକ କହିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.