ETV Bharat / state

ସିଙ୍ଗାପୁର ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ, ଆଶିଷ ଦେବେ ନୃସିଂହ ରୂପୀ ନାରାୟଣ ଗୋସେଇଁ - ନାରାୟଣ ଗୋସେଇଁ

ଯାଜପୁରର ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା । ବର୍ଷ ତମାମ ପୁଷ୍କରିଣୀରେ ଲୁଚିକି ଶୟନରେ ଥିବା ନାରାୟଣ ଗୋସେଇଁଙ୍କ ମୂର୍ତ୍ତି ଆଜି ଭୋରୁ ପାଣିରୁ ବାହାରି ମନ୍ଦିରରେ ବିଜେ କରିଛନ୍ତି। ଅଧିକ ପଢନ୍ତୁ

singapur yatra
singapur yatra
author img

By

Published : Apr 14, 2023, 10:30 PM IST

Updated : Apr 14, 2023, 10:52 PM IST

singapur yatra

ଯାଜପୁର: ଆଜି ଠାରୁ ବେଶ୍ ଧୁମଧାମରେ ପାଳିତ ହେଉଛି ଯାଜପୁରର ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା । ବର୍ଷ ତମାମ ପୁଷ୍କରିଣୀରେ ଲୁଚି ଶୟନରେ ଥିବା ନାରାୟଣ ଗୋସେଇଁଙ୍କ ମୂର୍ତ୍ତି ଆଜି ଭୋରୁ ପାଣିରୁ ବାହାରି ମନ୍ଦିରରେ ବିଜେ ହୋଇଛନ୍ତି । ପରମ୍ପରା ଅନୁଯାୟୀ ଭକ୍ତଙ୍କୁ ଦର୍ଶନ ଦେବାକୁ ଠାକୁର ପ୍ରତିବର୍ଷ ପଣା ସଂକ୍ରାନ୍ତିରେ ୩ ଦିନ ପାଇଁ ପାଣିରୁ ବାହାରିଥାଆନ୍ତି । ଏନେଇ ଆଜି ହଜାର ହଜାର ଭକ୍ତଙ୍କ ମେଳରେ ଠାକୁରଙ୍କୁ ଚାପ ଓ ଭଜନ କୀର୍ତ୍ତନ ଯୋଗେ ପାଣିରୁ କଢ଼ା ଯାଇଥିଲା । ତେବେ ଏଠାକାର ଏହି ନିଆରା ପର୍ବ ଦେଖିବାକୁ ସକାଳୁ ଜିଲ୍ଲା ଯଥା ଜିଲ୍ଲା ବାହାରୁ ହଜାରହଜାର ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗି ରହିଛି। ସେପଟେ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଯାଜପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ତତ୍ତ୍ଵାବଧନରେ ସୁରକ୍ଷା ପାଇଁ ଏହି ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି l

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସିଂହାପୁର ଠାରେ ଆଜିଠାରୁ ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା ଆରମ୍ଭ ହୋଇଯାଇଛି। ନାରାୟଣ ଗୋସେଇଁଙ୍କ ବହୁ ପ୍ରାଚୀନ କଳାମୁଗୁନିର ମୂର୍ତ୍ତି ପୁଷ୍କରିଣୀରୁ ବାହାରି ମନ୍ଦିର ବିଜେ କରିଛନ୍ତି । ବର୍ଷ ତମାମ୍ ଏହି ପୋଖରୀ ଜଳରେ ଲୁଚିକି ଶୟନରତ ଥିବା ଠାକୁର ନାରାୟଣ ଗୋସେଇଁ ଆଜିଠାରୁ ମାତ୍ର ୩ ଦିନ ପାଇଁ ପାଣିରୁ ବାହାରି ମନ୍ଦିରରେ ଅବସ୍ଥାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥାଆନ୍ତି । କୋଭିଡର କଟଣା କୋହଳ ଯୋଗୁଁ ଚଳିତବର୍ଷ ବେଶ୍ ଧୁମଧାମରେ ଆରମ୍ଭ ହୋଇଛି ଏହି ପାରମ୍ପରିକ ଉତ୍ସବ ।

ପରମ୍ପରା ଅନୁଯାୟୀ ଗଡମଧୁପୁର ରାଜପରିବାରର ଉତ୍ତର ଦାୟଦ ଭାବେ ରାଜଜେମା ଅପର୍ଣ୍ଣା ଧିର ସିଂହ ଠାକୁରଙ୍କୁ ପଇଡ଼ ପାଣିରେ ଜଳାଭିଷେକ କରାଇଥିଲେ ।‌ ଏହାପରେ ଠାକୁର ନୃସିଂହ ମନ୍ଦିରକୁ ବିଜେ କରିଥିଲେ । ଠାକୁରଙ୍କୁ ଜଳରେ ଖେଳାଇ ଖେଳାଇ ଭଜନ, କୀର୍ତ୍ତନ କରି ପାଣିରୁ ଛାଣି ଆଣିଥିଲେ ପୂଜକ ଓ ପଣ୍ଡା ପଢ଼ିହାରୀ । ପୋଖରୀରେ ଠାକୁରଙ୍କ ଏହି ନିଆରା ଜଳଚାପ କ୍ରୀଡା ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାରହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।

ତେବେ ପ୍ରଭୁଙ୍କର ଏହି ବିରଳ ଦୃଶ୍ୟ ଆଉ ବିରଳ ଏ ପୂଜା ପଦ୍ଧତି ସାରା ରାଜ୍ୟରେ ନିଆରା । ପରମ୍ପରା ଅନୁଯାୟୀ ଠାକୁର ନାରାୟଣ ଗୋସେଇଁ ପାଣିରୁ ଛଣା ହୋଇ ନୃସିଂହ ମନ୍ଦିରରେ ବିଜେ କରିବା ପରେ ସିଂହାସନରେ ୩ ଦିନ ଧରି ଦଶାବତାର ରୂପରେ ପୂଜା ପାଇଥାନ୍ତି । ଯାହାଙ୍କୁ ଦେଖିବା ପାଇଁ ଏହି ତିନି ଦିନରେ ସାରା ରାଜ୍ୟରୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ l ୪ର୍ଥ ଦିନରେ କୀର୍ତ୍ତନ କରି ଠାକୁର ପୁଣି ମନ୍ଦିରରୁ ପୁଷ୍କରିଣୀକୁ ପ୍ରତ୍ୟାବର୍ତ୍ତନ କରନ୍ତି । ସେହିପରି ଗୋପନରେ ବର୍ଷେ କାଳ ଧରି ଜଳଶୟନ କରିଥାନ୍ତି ପ୍ରଭୁ ନାରାୟଣ ଗୋସେଇଁ ।

କିମ୍ବଦନ୍ତୀ ଅନୁଯାୟୀ ଦିନେ ଧର୍ମାନ୍ଧ କଳାପାହାଡର ତାଣ୍ଡବରୁ ରକ୍ଷା କରିବାକୁ ଭକ୍ତମାନେ ଠାକୁରଙ୍କୁ ଏହି ପୋଖରୀ ପାଣିରେ ଲୁଚାଇ ଦେଇଥିଲେ । ବହୁ ବର୍ଷ ପରେ ଗଡମଧୁପୁର ରାଜାଙ୍କୁ ସ୍ବପ୍ନାଦେଶ ହେବା ପରେ ପଣାସଂକ୍ରାନ୍ତିର ପବିତ୍ର ଦିନରେ ଠାକୁରଙ୍କୁ ପାଣିରୁ କଢାଯାଇ ମନ୍ଦିର ଅଣାଯାଇଥିଲା । ପ୍ରାୟ ଶହଶହ ବର୍ଷରୁ ଊର୍ଦ୍ଧ୍ବ ହେବ ଏହି ପରମ୍ପରା ଚାଲି ଆସିଛି । ଚଳିତବର୍ଷ ଏହି ମେଳା ପାଇଁ ସାରା ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି । ଦୋକାନ ବଜାର ସାଙ୍ଗକୁ ଘରକରଣା ସାମଗ୍ରୀର ଷ୍ଟଲ୍‌ମାନ ଖୋଲିଛି । ସେହିପରି ମେଳାରେ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ।

ଇଟିଭି ଭାରତ, ଯାଜପୁର

Last Updated : Apr 14, 2023, 10:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.