ଯାଜପୁର: ଧର୍ମଶାଳା ଭିଏଲଡବ୍ଲୁ ସ୍ମିତାରାଣୀ ମୃତ୍ୟୁ ମାମଲାକୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଏନେଇ ଯାଜପୁର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ସଙ୍ଘ ଓ ଗ୍ରାମ ରୋଜଗାର ସେବକ-ସେବିକା ସଙ୍ଘର ମିଳିତ ଉଦ୍ୟମରେ ସ୍ମିତାରାଣୀଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲାରେ ନିରପେକ୍ଷ ଓ ବିଚାର ବିଭାଗୀୟ ତଦନ୍ତ ଦାବିରେ ସଂଘ ପକ୍ଷରୁ କରାଯାଇଛି ନିରବ ଶୋଭାଯାତ୍ରା ।
ଜିଲ୍ଲାର ପଞ୍ଚାୟତ କାର୍ଯ୍ୟନିର୍ବାହୀ ସଂଘ ଓ ଗ୍ରାମ ରୋଜଗାର ସେବକ-ସେବିକା ସଙ୍ଘ ତରଫରୁ ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ନିରବ ଶୋଭାଯାତ୍ରା କରାଯିବା ସହ ତିନି ଦଫା ଦାବି ପୂରଣ ଲାଗି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ବୁଧବାର ଏହି ଆନ୍ଦୋଳନରେ ଯାଜପୁର ଜିଲ୍ଲାର 331ଟି ପଞ୍ଚାୟତର ଶତାଧିକ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ସେବିକା ଯୋଗ ଦେଇଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ