ETV Bharat / state

ବଡଚଣାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ

ବଡଚଣାର ଖଇରାରେ ଆଜି(ସୋମବାର) ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ ହୋଇଛି । ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି ।

author img

By

Published : Mar 4, 2019, 7:30 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ବଡଚଣାର ଖଇରାରେ ଆଜି(ସୋମବାର) ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ ହୋଇଛି । ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି ।

ଖଇରାରେ ଅଙ୍ଗନୱାଡି କେନ୍ଦ୍ର ସହ ହାଟୁଆ ପୋଖରୀ ନବୀକରଣ କରାଯିବା ପରେ ନିର୍ମାଣ ହୋଇଥିବା ତୁଠର ଉଦଘାଟନ କରାଯାଇଛି । ଖରାଦିନ ପୂର୍ବରୁ ଏହି ପୋଖରୀର ଉନ୍ନତିକରଣ ପାଇଁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଦାବି କରି ଆସୁଥିବାବେଳେ ଏହାକୁ ବ୍ୟବହାର ଉପଯୋଗୀ କରାଯାଇଛି ।

ଏହା ସହ ଏହି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅନ୍ୟ କେତେକ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରାଯାଇଛି । ଏହି ଅବସରରେ ବିଧାୟକଙ୍କୁ ସ୍ବାଗତ କରିବା ପାଇଁ ଏକ ବାଇକ ରାଲି କରାଯାଇଥିଲା । ଏଥିରେ ବିଜେଡି କର୍ମୀଙ୍କ ସମେତ ବିଜୁ ଯୁବ ବାହିନୀର ସଦସ୍ୟମାନେ ସାମିଲ ହୋଇଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ଯାଜପୁର: ବଡଚଣାର ଖଇରାରେ ଆଜି(ସୋମବାର) ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ ହୋଇଛି । ସ୍ଥାନୀୟ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି ।

ଖଇରାରେ ଅଙ୍ଗନୱାଡି କେନ୍ଦ୍ର ସହ ହାଟୁଆ ପୋଖରୀ ନବୀକରଣ କରାଯିବା ପରେ ନିର୍ମାଣ ହୋଇଥିବା ତୁଠର ଉଦଘାଟନ କରାଯାଇଛି । ଖରାଦିନ ପୂର୍ବରୁ ଏହି ପୋଖରୀର ଉନ୍ନତିକରଣ ପାଇଁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଦାବି କରି ଆସୁଥିବାବେଳେ ଏହାକୁ ବ୍ୟବହାର ଉପଯୋଗୀ କରାଯାଇଛି ।

ଏହା ସହ ଏହି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଅନ୍ୟ କେତେକ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରାଯାଇଛି । ଏହି ଅବସରରେ ବିଧାୟକଙ୍କୁ ସ୍ବାଗତ କରିବା ପାଇଁ ଏକ ବାଇକ ରାଲି କରାଯାଇଥିଲା । ଏଥିରେ ବିଜେଡି କର୍ମୀଙ୍କ ସମେତ ବିଜୁ ଯୁବ ବାହିନୀର ସଦସ୍ୟମାନେ ସାମିଲ ହୋଇଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

ରାଜୁଡ଼ା ଶାସନର ମୁକସାକ୍ଷୀ ସୁବର୍ଣ୍ଣପୁର ରାଜପ୍ରାସାଦ

ସୁବର୍ଣ୍ଣପୁର: ଆଜିକୁ ସ୍ବାଧୀନତାର 71 ବର୍ଷ ବିତିଯାଇଛି  । ହେଲେ ସେଦିନର ରାଜପ୍ରାସାଦ ଆଜି ବି କହୁଛି ରାଜତନ୍ତ୍ରର କଥା । କର୍ପୁର ଉଡି ଯାଇଥିବା ବେଳେ ରାଜୁଡା ଶାସନର କନା ପଡି ରହିଛି  । ଖାଲି ଶାସନ ନୁହେଁ, ଗଡଜାତର କଳା, ସାହିତ୍ୟ ଓ ସଂସ୍କୃତିର ଗାଥା ଆଜି ବି କହୁଛି ଭଗ୍ନ ରାଜପ୍ରାସାଦ । ଷୋଡଶ ଶତାଦ୍ଦୀରୁ ଆରମ୍ଭ ହୋଇ ବିଂଶ ଶତାଦ୍ଦୀର ପ୍ରଥମାର୍ଦ୍ଧ ଯାଏଁ ଗଡଜାତବାସୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଥିବା ସୋନପୁର ରାଜପ୍ରାସାଦ ରାଜନେତା ତଥା ପ୍ରଶାସନର ଇଚ୍ଛା ଶକ୍ତି ଅଭାବରୁ ମାଟିରେ ମିଶିବାକୁ ଯାଉଛି ।



ଚିରସ୍ରୋତା ମହାନଦୀର କୂଳେ କୂଳେ ଗଢି ଉଠିଥିଲା ସେଦିନ ଗଡଜାତର ରାଜପ୍ରାସାଦ । ତେଲନଦୀ, ମହାନଦୀ ଓ କର୍ପୁରନଦୀର ତ୍ରିବେଣୀ ସଙ୍ଗମରୁ ଅନତି ଦୂରରେ ପ୍ରତିଷ୍ଠିତ ରାଜପ୍ରାସାଦରେ ଚୌହାନ ବଂଶର 9 ଜଣ ରାଜା ଶାସନ କରିଥିଲେ । ରାଜପ୍ରାସାଦର ସମ୍ମୁଖରେ ଗୋପାଳଜୀ ମନ୍ଦିର, ରାଜପ୍ରାସାଦ ଭିତରେ ଭିତିରି ଗୋପାଳଜୀ ଓ ଦେବୀ କନକ ଦୁର୍ଗାଙ୍କ ମନ୍ଦିର, ବାହାରେ ଦକ୍ଷିଣରେ ଶ୍ରୀଜଗନ୍ନାଥ ମନ୍ଦିର ସହିତ ପ୍ରାୟ ତିନି ଏକର ପରିସୀମା ପରିବ୍ୟାପ୍ତ ହୋଇଥିଲା ଏହି ପ୍ରାସାଦ । ରାଣୀ ମହଲ, ଯୁବରାଜ ମହଲ, ରନ୍ଧାଶାଳ, ଭଣ୍ଡାର ଘର, ଦ୍ବାରପାଳ କକ୍ଷ ତଥା ଚୌହାନ ରାଜାଙ୍କ ରାଜ ଦରବାର ଓ ନ୍ୟାୟାଳୟ ବି ବାସ୍ତୁଶାସ୍ତ୍ର ଉପରେ ଆଧାର କରି ତିଆରି ହୋଇଥିଲା । 

ରାଜପ୍ରାସାଦ ଭିତରେ ପ୍ରଥମ ଗଡଜାତ ପୌର କାର୍ଯ୍ୟାଳୟର ପ୍ରତିଷ୍ଠା କରିଥିଲେ ରାଜା ବୀରମିତ୍ରୋଦୟ ସିଂହ ଦେବ । ହେଲେ ସ୍ବାଧୀନତା ପ୍ରାପ୍ତି ପରେ ସାରା ରାଜପରିବାର ସୋନପୁର ଗଡଜାତର ରାଜପ୍ରାସାଦ ପରିତ୍ୟାଗ କରି ରାଜସ୍ଥାନ ଚାଲି ଯାଇଥିଲେ । ପରେ ପରେ ଦୁର୍ବୃତ୍ତମାନଙ୍କ ଲୋଲୁପ ଦୃଷ୍ଟିରେ ପଡିଥିଲା ସେଦିନର କଥା ବଖାଣୁଥିବା ଏଇ ସୁନ୍ଦର ରାଜପ୍ରାସାଦ । ସମସ୍ତ ସୌଖୀନ ଜିନିଷ ସବୁ ଚୋରି ହୋଇଥିବା ପରେ ଏବେ ଖାଲି କାନ୍ଥ ହିଁ ରହିଛି । ରାଜନୈତିକ ନେତା ଓ ପ୍ରଶାସନିକ ଅଧିକାରୀ ରାଜରାଜୁଡା ଅମଳର ଏହି ଐତିହାସିକ କୀର୍ତ୍ତିକୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି । 



ସୂଚନା ଅନୁଯାୟୀ, ସମ୍ବଲପୁର ଚୌହାନ ବଂଶର ଶାସକ ଯୁବରାଜ ମଦନ ଗୋପାଳ ସିଂ ଦେଓ ସୋନପୁର ଗଡଜାତକୁ ଭାତୃଭାଗ ସ୍ବରୁପ ପାଇଥିଲେ । 1635 ମସିହାରେ ଚୌହାନ ରାଜା ଭାବେ ସୋନପୁର ଗଡଜାତରେ ତାଙ୍କର ରାଜ୍ୟାଭିଷେକ ହୋଇଥିଲା । ସେ ଦିନଠୁ ସ୍ବାଧୀନତା ପ୍ରାପ୍ତି ଯାଏଁ 13 ଜଣ ଚୌହାନ ରାଜା ଏହି ଭୂଖଣ୍ଡକୁ ଶାସନ କରିଥିଲେ । ତେବେ ରାଜା ବୀରମିତ୍ରୋଦୟ 1902ରୁ ଶାସନ ଆରମ୍ଭ କରିବା ପରେ ରାଜସ୍ବ ନୀତି, ନ୍ୟାୟିକ ବ୍ୟବସ୍ଥା, ପୌର ଶାସନ ବେଶ ସୁଦୃଢ ହେବା ସହ କଳା, ସାହିତ୍ୟ ଓ ସଂସ୍କୃତି ବେଶ ପରିମାର୍ଜିତ ହୋଇପାରିଥିଲା । ତାଙ୍କ ସମୟରେ ହିଁ ଅନେକ ପ୍ରାଚୀନ ମନ୍ଦିରର ପୁନଃରୁଦ୍ଧାର ହେବା ସହିତ ଅନେକ ନୂତନ ମନ୍ଦିରର ପ୍ରତିଷ୍ଠା ହୋଇଥିଲା । ଏହି ସମୟରେ ଦେବଗଡକୁ ବାଦଦେଲେ ଉତ୍କଳ ପ୍ରଦେଶରେ କେବଳ ସୋନପୁର ଗଡଜାତରେ ହିଁ ଓଡିଆ ଭାଷା ସାହିତ୍ୟ ପାଇଁ ରଚନା ହୋଇଥିଲା ଶତାଧିକ ପୁସ୍ତକ । ହେଲେ ଏବେ ଏହି ରାଜପ୍ରାସାଦ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଛି  । 



ଐତିହାସିକ କୀର୍ତ୍ତି ବହନ କରୁଥିବା ଏହି ରାଜପ୍ରାସାଦ ଆଖି ଆଗରେ ମାଟିରେ ମିଶିବାକୁ ଯାଉଥିବା ବେଳେ ଆଗକୁ  ପ୍ରଶାସନ ଏହାର ରକ୍ଷଣାବେକ୍ଷଣ କରୁଛି ନା ମାଟିରେ ମିଶିବାକୁ ଛାଡିଦେଉଛି ତାହା ଦେଖିବାକୁ ବାକି ରହିଲା । 



ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ନ୍ୟୁଜ      

 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.